ଗୁଟଖା ଫ୍ୟାକ୍ଟ୍ରିରେ ଜିଏସ୍ଟି ବିଭାଗ ପକ୍ଷରୁ ଚଢ଼ାଉ

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବରଗୁଡା ଥିବା ଏକ ଗୁଟଖା ଫ୍ୟାକ୍ଟ୍ରିରେ ଜିଏସ୍ଟି ବିଭାଗ ପକ୍ଷରୁ ଚଢ଼ାଉ। ରେଡ଼୍ରେ ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଜିଏସଟି ଟିମ୍ ସାମିଲ ହୋଇଛନ୍ତି। ଫ୍ୟାକ୍ଟ୍ରି ମାଲିକଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।
ସୂଚନା ମୁତାବିକ, କୁନ୍ଦୁରା ବ୍ଲକର ବରଗୁଡା ଠାରେ ଥିବା ଏକ ଗୁଟୁଖା କମ୍ପାନୀ ନାଁ ଜିଏସ୍ଟି ଫାଙ୍କିବା ନେଇ ଅଭିଯୋଗ ହୋଇଥିଲା ।ଏହାକୁ ନେଇ ଆକ୍ସନକୁ ଆସିଥିଲା ଜିଏସ୍ଟି ବିଭାଗ । ଆଜି ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶର ଜିଏସ୍ଟି ଟିମ୍ ଚଢ଼ାଉ କରିଥିଲେ। ଫ୍ୟାକ୍ଟ୍ରି ଭିତରେ ନକଲି ଗୁଟଖା ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ , ଗୁଟକା କମ୍ପାନୀର ଲୋଗ ଲାଗିଥିବା ପଲିଥିନ୍, କେମିକାଲ, ପାଉଡର ଏବଂ ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି । ଫ୍ୟାକ୍ଟ୍ରି ମାଲିକ ପି. ସନ୍ତୋଷଙ୍କ ନିଜ ବାସଭବନ ଠାରେ ମଧ୍ୟ ଚଢାଉ ହୋଇଥିବା ସୂଚନା ରହିଛି। ସୁରକ୍ଷା ଦୃଷ୍ଟି କୋଣରୁ ବିଏସଏଫ ଯବାନଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି।
Powered by Froala Editor