ଟିକେଟ କଳାବଜାରୀ ଅଭିଯୋଗରେ ୫ ଅଟକ

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ ମୁକାବିଲା । ତେବେ ଏହି ମ୍ୟାଚ ପାଇଁ କଟକ ଠାରେ ଟିକେଟ ବିକ୍ରିକୁ ନେଇ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକେ ରାତିରୁ ଧାଡ଼ିରେ ଛିଡ଼ା ହୋଇଥିଲେ ମଧ୍ୟ ଟିକେଟ ପାଇନଥିଲେ । ଅଧିକାଂଶ ଟିକେଟ କଳାବଜାରୀ ହୋଇଥିବା ଅଭିଯୋଗ ହୋଇଥିଲା । ଏବେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଟିକେଟ କଳାବଜାରୀ ଅଭିଯୋଗରେ ୫ ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି । ସମ୍ପୃକ୍ତ ୫ ଜଣ ଟିକେଟକୁ ବିକ୍ରି ପାଇଁ ଡିଲ କରୁଥିଲେ । ଏହି ସମୟରେ ସାଦା ପୋଷାକଧାରୀ ପୁଲିସ ସେମାନଙ୍କୁ କାବୁ କରିଥିଲା । ସେମାନେ ୧୧୦୦ ଟଙ୍କିଆ ଟିକେଟକୁ ୬ରୁ ୭ ହଜାର ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ରହିଛି । ପୁଲିସ ସେମାନଙ୍କୁ ପଚରାଉଚୁରା କରୁଛି ।
ଆସନ୍ତା ୯ ତାରିଖରେ ହେବାକୁ ଥିବା ମ୍ୟାଚର ଟିକଟ ପାଇଁ କାଉଣ୍ଟରରେ ଦଳାଚକଟା ସ୍ଥିତି ହୋଇଥିଲା । ଭିଡ଼ରେ ତ କେତେକ ବେହୋସ୍ ହୋଇ ଯାଇଥିଲେ। ଶହ ଶହ ଲୋକେ ଲାଇନରେ ଛିଡ଼ା ହୋଇଥିଲେ ମଧ୍ୟ ଟିକଟ ମିଳିନଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଯାଇଥିଲା
କିନ୍ତୁ ବ୍ଲାକରେ ମିଳୁଛି ବାରବାଟୀ ଟିକଟ।
Powered by Froala Editor