ଆସନ୍ତାକାଲି ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଶନିବାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ସୁଭଦ୍ରା ଟଙ୍କା ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଆସନ୍ତାକାଲି ଯାଜପୁର ଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଟଙ୍କା ପ୍ରଦାନ କରାଯିବ । ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ୩.୩୮ ହିତାଧିକାରୀଙ୍କ ଏନପିସିଆଇ କ୍ଲିୟରାନ୍ସ ସମସ୍ୟା ଥିଲା । ସେମାନଙ୍କ ମଧ୍ୟରୁ ୬୮ ହଜାର ହିତାଧିକାରୀଙ୍କ ସମସ୍ୟା ସମାଧାନ ହୋଇଛି । ବାକି ଯେଉଁମାନଙ୍କ ସମସ୍ୟା ରହିଛି ସେମାନଙ୍କୁ ବ୍ୟାଙ୍କକୁ ଯିବାକୁ ପଡ଼ିବ ।
ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ବରରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବଟନ ଟିପି ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ଏହାଫଳରେ ହିତାଧିକାରୀ ମହିଳାମାନଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କାର ପ୍ରଥମ କିସ୍ତି ଯାଇଥିଲା।
Powered by Froala Editor