୧୦ରୁ ଗାଡ଼ି ଯାଞ୍ଚ କରିବ କମିଶନରେଟ୍ ପୋଲିସ୍

ଫେବ୍ରୁଆରୀ ୧୦ରୁ କଡ଼ାକଡ଼ି ଭାବେ ଗାଡ଼ି ଯାଞ୍ଚ କରିବ କମିଶନରେଟ୍ ପୋଲିସ୍ । କଟକ ଏବଂ ଭୁବନେଶ୍ୱରରେ କଳା ଫିଲ୍ମ, ସାଇରନ୍ ଏବଂ ବିକଟାଳ ହର୍ଣ୍ଣ ବ୍ୟବହାର ବିରୋଧରେ କମିଶନରେଟ୍ ପୋଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।
ଆଇନ ଅନୁଯାୟୀ ଖିଲାପକାରୀଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି ଭୁବନେଶ୍ୱର- କଟକ କମିଶନରେଟ୍ ପୋଲିସ୍ କମିଶନର୍ ଏସ. ଦେବଦତ୍ତ ସିଂ କହିଛନ୍ତି ।
ଗାଡ଼ିରେ ଅନେକ ବ୍ୟବହାର କରୁଛନ୍ତି ରଙ୍ଗୀନ କାଚ ଓ କଳା ଜରିଯୁକ୍ତ କାଚ । ଏପରିକି ବିକଟାଳ ଶବ୍ଦ କରୁଥିବା ଓ ମ୍ୟୁଜିକାଲ୍ ହର୍ଣ୍ଣ ମଧ୍ୟ କେହି କେହି ବ୍ୟବହାର କରୁଛନ୍ତି । କମିଶନରେଟ୍ ପୋଲିସ ପକ୍ଷରୁ ଏ ସଂପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆଇନ ଅନୁଯାୟୀ ରଙ୍ଗୀନ କାଚ କିମ୍ବା କଳା ଫିଲ୍ମ, ମଲ୍ଟି ଟୋଣ୍ଡ ହର୍ଣ୍ଣ ଇତ୍ୟାଦି ବ୍ୟବହାର ନକରିବାକୁ ଏବଂ ଫେବୃଆରୀ 10 ପୂର୍ବରୁ ସ୍ୱେଚ୍ଛାକୃତ ଭାବରେ ସେଗୁଡ଼ିକୁ ହଟାଇବା ପାଇଁ କହିଛନ୍ତି ଦେବ ଦତ୍ତ ସିଂହ ।
Powered by Froala Editor