ଷ୍ଟ୍ରବେରୀ ଚାଷ କରି ଲାଲେଲାଲ୍ ଆଦିବାସୀ

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଏ-ମାଲକାନଗିରି ପଞ୍ଚାୟତ କାଉଗୁଡ଼ା ଚାଷୀ ଏବେ ଖୁସିରେ ଝୁମୁଛନ୍ତି । ଏହି ଖୁସିର କାରଣ ହେଉଛି ଜମିରେ ଫଳିଥିବା ଲାଲ ଲାଲ ଷ୍ଟ୍ରବେରୀ । ପ୍ରଥମ ପର୍ଯ୍ୟାୟରେ ୭୦ କେଜିରୁ ଅଧିକ ଷ୍ଟ୍ରବେରୀ ଉତ୍ପାଦନ ହୋଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ସହାୟତାର ହାତ ବଢାଇ ଆଇଟିଡିଏ କାର୍ଯ୍ୟାଳୟ ଆଗରେ ଏକ ଷ୍ଟଲ ଖୋଲିଛନ୍ତି । ଷ୍ଟଲ୍ରେ କେଜି ୫୦୦ ଟଙ୍କାରେ ବିକ୍ରି କରାଯାଉଛି ।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ପ;ାଙ୍ଗି ବ୍ଲକ୍ର କୋଟିଆରେ ପ୍ରଥମେ ଷ୍ଟ୍ରବେରୀ ଚାଷ କରାଯାଇଥିଲା । ଜିଲ୍ଲାର ଜଳବାୟୁ ଏହି ଚାଷ ପାଇଁ ଅନୁକୂଳ ଥିବାରୁ ପରେ ପରେ ବ୍ଲକ୍ ଅନ୍ୟ ସ୍ଥାନରେ ମଧ୍ୟ ଏହି ଚାଷ କରାଯାଇଥିଲା । ଯାହା ସଫଳ ହୋଇଛି । ତେଣୁ ଷ୍ଟ୍ରବେରି ଉତ୍ପାଦନ ପାଇଁ ରାଜ୍ୟରେ କୋରାପୁଟ ସୁନାମ ଆଣିଛି । ଧୀରେ ଧୀରେ କାଉଗୁଡ଼ାରେ ମଧ୍ୟ ଷ୍ଟ୍ରବେରୀ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରାଯାଇଥିଲା । ଏଠାରେ ପ୍ରାୟ ଆଦିବାସୀ ସଂପ୍ରଦାୟର ୫୭ ପରିବାର ରହୁଛନ୍ତି । ଏମାନେ ଆଗରୁ ଅଦା, ଟମାଟୋ, ବାଇଗଣ, କୋବି ଆଦି ପନିପରିବା ଚାଷ କରୁଥିଲେ ।
ଗତବର୍ଷ ଉଦ୍ୟାନ ବିଭାଗ ଓ ସିୱାଇଏସ୍ଡି ସଂସ୍ଥା ସହାୟତାରେ ଗାଁର ୩୦ଜଣ ଚାଷୀଙ୍କୁ ନେଇ ୨୫ ଏକରରେ ପ୍ରଥମେ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଷ୍ଟ୍ରବେରୀ ଉତ୍ପାଦନ ଆରମ୍ଭ ହୋଇଥିବାରୁ ଚାଷୀ ମୁହଁରେ ଫୁଟିଛି ହସ । ଏପ୍ରିଲ୍ ସୁଦ୍ଧା ୮୦ରୁ ୧୦୦ କ୍ୱିଣ୍ଟାଲ ଉତ୍ପାଦନ ହେବ ବୋଲି ଆଶା କରାଯାଇଥିବା ସିୱାଇଏସ୍ଡି ସଂଯୋଜକ ଅନନ୍ତ ଅନମାଲ ସୂଚନା ଦେଇଛନ୍ତି ।
Powered by Froala Editor