Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, November 18, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହନୁମାନଙ୍କ ବିରୋଧରେ କହି ବିବାଦରେ ...

  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ...

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ...

  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ...

  • ଗଣହତ୍ୟା ମାମଲାରେ ପୂର୍ବତନ ...

  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ...

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ...

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

ବାଣିଜ୍ୟ
Home ›› ବାଣିଜ୍ୟ ››ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

2025-10-30 05:00:16
14310
Share:
Facebook
Twitter
E-Mail
WhatsApp
Telegram
ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

ଆମୱେ ଇଣ୍ଡିଆର ଆଗାମୀ ୩-୫ ବର୍ଷ ମଧ୍ୟରେ ପ୍ରଗତି ଓ ରୂପାନ୍ତରଣ ନିମନ୍ତେ ୧୦୦ କୋଟି ଟଙ୍କା (୧୨ ନିୟୁତ ଆମେରିକୀୟ ଡଲାର) ପୁଞ୍ଜିନିବେଶ ଘୋଷଣା

-    ଏକ ଦଶନ୍ଧି ଧରି ସ୍ଥାନୀୟ ଉତ୍ପାଦନ ପାଳନ କରୁଛି, ବିକଶିତ ଭାରତ ୨୦୪୭ ସହିତ ମେଳ ଖାଉଥିବା ଆମୱେ ଇଣ୍ଡିଆର ପରବର୍ତ୍ତୀ ନବସୃଜନ ଏବଂ ସମାବେଶୀ ପ୍ରଗତିର ଅଧ୍ୟାୟର ଶୁଭାରମ୍ଭ କରୁଛି

-    ଏହି ପୁଞ୍ଜିନିବେଶ ଆମୱେ ବିଜିନେସ୍‌ ମାଲିକ/ବିତରକଙ୍କ ସାମର୍ଥ୍ୟ ସୁଦୃଢ କରିବା, ଗ୍ରାହକ ଅନୁଭୂତି ଉଚ୍ଚତର ସୋପାନକୁ ନେବା ଏବଂ ସମଗ୍ର ଭାରତରେ କମ୍ପାନୀର ଶାରୀରିକ ଉପସ୍ଥିତି ସମ୍ପ୍ରସାରଣ କରିବା ଲକ୍ଷ୍ୟ ରଖିଛି


ନୂଆଦିଲ୍ଲୀ: ଆମୱେ ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ ଦେଶରେ କମ୍ପାନୀର ଉତ୍ପାଦନକୁ ୧୦ ବର୍ଷ ପାଳନ ନିମନ୍ତେ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିଥିଲେ- ଏହି ମାଇଲଖୁଣ୍ଟ ଆମୱେର ବୈଶ୍ୱିକ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ଆମୱେ ପାଇଁ ଆମେରିକା ଓ ଚୀନ ସମେତ ମାତ୍ର ତିନିଟି ବୈଶ୍ୱିକ ଉତ୍ପାଦନକାରୀ ସ୍ଥଳ ମଧ୍ୟରୁ ଅନ୍ୟତମ ଭାବରେ ଭାରତର ରଣକୋ÷ଶଳାତ୍ମକ ଗୁରୁତ୍ୱରେ ଏକ ମାଇଲଖୁଣ୍ଟ ହୋଇଛି । ଏହି ମଜଭୁତ ମୂଳଦୁଆ ଉପରେ କମ୍ପାନୀ ଆମୱେ ବ୍ୟବସାୟ ମାଲିକ/ବିତରକଙ୍କ ସାମର୍ଥ୍ୟରେ ବୃଦ୍ଧି ଘଟାଇବା, ଏହାର ଶାରୀରିକ ଉପସ୍ଥିତିକୁ ସୁଦୃଢ ଓ ପରିବ୍ୟାପ୍ତ କରିବାଏବଂ ଗ୍ରାହକଙ୍କ ଅନୁଭୂତି ଉଚ୍ଚତର ସେପାନକୁ ନେବା ସକାଶେ ଆଗାମୀ ତିନିରୁ ପାଞ୍ଚବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କା (୧୨ ନିୟୁତ ଆମେରିକୀୟ ଡଲାର) ନିବେଶ ଯୋଜନା କରିଛି । 

ପ୍ରେସିଡେଣ୍ଟ ଏବଂ ସିଇଓ ଭୂମିକା ଗ୍ରହଣ କରିବା ପରେ ନେଲ୍‌ସନଙ୍କର ଏହା ପ୍ରଥମ ଭାରତ ଗସ୍ତ ହୋଇଛି ଏବଂ ଏହା ଆମୱେର ବିଶ୍ୱସ୍ତରୀୟ ଅଭିବୃଦ୍ଧି ରଣକୋ÷ଶଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ସହିତ ଏହି ଅଞ୍ଚଳରେ କମ୍ପାନୀର ସମାବେଶୀ ଏବଂ ଦୀର୍ଘସ୍ଥାୟୀ ପ୍ରଗତି ପ୍ରତି ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରୁଛି । 

“ଭାରତ ଆମୱେର ବୈଶ୍ୱିକ ଦୃରଦୃଷ୍ଟିର ମୂଳ ସ୍ଥାନ ହୋଇ ରହିଆସିଛି”, ବୋଲି ଶ୍ରୀ ମାଇକେଲ ନେଲ୍‌ସନ, ପ୍ରେସିଡେଣ୍ଟ ଓ ସିଇଓ, ଆମୱେ କହିଥିଲେ । “ଭାରତ ତାହାର ଡିଜିଟାଲ ଉପାୟରେ ସଶକ୍ତ ଜନସଂଖ୍ୟା, ଏକ ଗତିଶୀଳ ଏବଂ ଯୁବ ଲୋକଶକ୍ତି ଏବଂ ଚଳଚଞ୍ଚଳ ସାମୟିକ ଉପାର୍ଜନ ଅର୍ଥନୀତି (ଗିଗ୍‌ ଇକୋନୋମି) ଦ୍ୱାରା ପରିଚାଳିତ ଶକ୍ତିର ଏକ ଗନ୍ତାଘର ଅଟେ । ଆମୱେ ପାଇଁ ଭାରତ ରୂପାନ୍ତରଣର ସନ୍ଧିକ୍ଷଣରେ ରହିଛି ଏବଂ ଏହି ପରିବର୍ତ୍ତନକୁ ଆଗେଇନେବା ସକାଶେ ଆମେ ଆମର ମୂଲ୍ୟବୋଧ ଓ ସଂସ୍କୃତିକୁ ସୁଦୃଢ କରି, ପରିବର୍ତ୍ତନଶୀଳ ଗ୍ରାହକ ଆବଶ୍ୟକତା ପୂରଣ ନିମନ୍ତେ ଉତ୍ପାଦରେ ନବସୃଜନକୁ ତ୍ୱରାନ୍ୱିତ କରି ଏବଂ ଶିକ୍ଷା ଓ ତାଲିମ ଜରିଆରେ ବିତରକ ସହଭାଗୀତାକୁ ଅଧିକ ନିବିଡ କରିବା ଭଳି ମୁଖ୍ୟ ଅଗ୍ରାଧିକାର ବିଷୟଗୁଡିକ ଉପରେ ଦୃଷ୍ଟିନିବଦ୍ଧ ଦ୍ୱାରା ଆମେ ନିରନ୍ତର ଉଲ୍ଲେଖନୀୟ ପୁଞ୍ଜିନିବେଶ କରୁଛୁ । ଏହାର ଦ୍ରୁତ ଅର୍ଥନୈତିକ ଉତ୍‌ଥାନ ଏବଂ ସାମଗ୍ରିକ କଲ୍ୟାଣ ଉପରେ ବର୍ଦ୍ଧିତ ଦୃଷ୍ଟିନିବଦ୍ଧ ସହିତ ଭାରତ ଆମର ବୈଶ୍ୱିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ମୁଖ୍ୟ ପରିଚାୟକ ହେବାକୁ ଯାଉଛି । ଏହି ଦେଶର ଉଜ୍ଜ୍ୱଳ ଭବିଷ୍ୟତ, ବିବିଧତା, ଶକ୍ତି ଏବଂ ଔଦ୍ୟୋଗିକ ମନୋଭାବ ଆମୱେର ଅର୍ଥନୈତିକ ସଶକ୍ତିକରଣ ଏବଂ କଲ୍ୟାଣ ଜରିଆରେ ଜନସାଧାରଣ ଉତ୍ତମ ଜୀବନ ଜୀଇଁବା ଉଦେ୍ଦଶ୍ୟ ସହିତ ସଠିକ ମେଳ ଖାଉଛି । ସ୍ଥାନୀୟ ଉତ୍ପାଦନର ଦଶବର୍ଷକୁ ଆମେ ପାଳନ କରୁଥିବାବେଳେ ଆମେ ଯାହା ନିର୍ମାଣ କରିଛୁ ତାହାକୁ ନେଇ ଗର୍ବିତ ଏବଂ ଆଗକୁ ରହିଥିବା ଅନନ୍ୟ ସୁଯୋଗଗୁଡିକୁ ନେଇ ଏହାଠାରୁ ଅଧିକ ଉତ୍ସାହିତ ଅଛୁ ।”

୧୦୦ କୋଟି ଟଙ୍କାର ପୁଞ୍ଜିନିବେଶ କମ୍ପାନୀର ଶାରୀରିକ ଉପସ୍ଥିତିକୁ ସମ୍ପ୍ରସାରିତ କରି ଏବଂ ସମ୍ପ୍ରତି ରହିଥିବା ଷ୍ଟୋରଗୁଡିକୁ ପୁନଃ ଡିଜାଇନ ଲେଆଉଟ, ଉତ୍ସର୍ଗୀକୃତ ତାଲିମ ଜୋନ୍‌ ଏବଂ ପରିବର୍ଦ୍ଧିତ ସେବା ଅନୁଭୂତି ସହିତ ନିୟୋଜନତାର ଗତିଶୀଳ କେନ୍ଦ୍ରସ୍ଥଳରେ ରୂପାନ୍ତରିତ କରି ବିତରକ ଏବଂ ଗ୍ରାହକଙ୍କ ଅନୁଭୂତି ଉଚ୍ଚତର ସୋପନାକୁ ନେଇଯିବା ନିମନ୍ତେ ଉଦ୍ଦିଷ୍ଟ । ଏଥିସହିତ ଉତ୍ପାଦ ସମ୍ପର୍କିତ ଜ୍ଞାନ, ଗୁଣବତ୍ତା ନିଶ୍ଚିତ କରୁଥିବା ମାନକ ଏବଂ ଗ୍ରାହକ ନିୟୋଜନତା ତଥା ସମର୍ଥନକାରୀ ଔଦ୍ୟୋଗିକ ସଫଳତାକୁ ମଜଭୁତ କରିବାକୁ ସୁସଂହତ କାର୍ଯ୍ୟକ୍ରମଗୁଡିକ ଉପରେ ମଧ୍ୟ ଏହା ଦୃଷ୍ଟିନିବଦ୍ଧ କରିବ । 

ଶ୍ରୀ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ଭାରତ ତାହାର ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଥିବାବେଳେ ଆମେ ଆମର ସ୍ଥାନୀୟ ଉପସ୍ଥିତିକୁ ସୁଦୃଢ କରି ଏବଂ ଜନସାଧାରଣ ତଥା ନବସୃଜନ ନିମନ୍ତେ ପୁଞ୍ଜିନିବେଶ ଦ୍ୱାରା ଆମର ଏହି ରୂପାନ୍ତରଣକାରୀ ଯାତ୍ରାରେ ଅବଦାନ ରଖିବା ନେଇ ଗର୍ବିତ ଅନୁଭବ କରୁଛୁ । ଆମର ମୂଲ୍ୟବୋଧ ଓ ପ୍ରତିଷ୍ଠାତାଙ୍କ ମୋ÷ଳିକ ବିଷୟଗୁଡିକର ମାର୍ଗଦର୍ଶନରେ ଭାରତ ପ୍ରତି ଆମର ପ୍ରତିବଦ୍ଧତା କେବଳ ବ୍ୟବସାୟର ଉଦ୍ଧ୍ୱର୍ରେ ରହିଛି ଏବଂ ତାହା ହେଉଛି ଔଦ୍ୟୋଗିକତାର ପୃଷ୍ଠପୋଷକତା କରିବା, ଗ୍ରାହକଙ୍କ ବିଶ୍ୱାସରେ ବୃଦ୍ଧି ଘଟାଇବା ତଥା ସାମଗ୍ରିକ କଲ୍ୟାଣକୁ ସମର୍ଥନ କରୁଥିବା ବିଜ୍ଞାନ ସମର୍ଥିତ ଉତ୍ପାଦ ନବସୃଜନକୁ ଆଗେଇନେବା । ଏହି ସମସ୍ତ ଉଦ୍ୟମ ଜରିଆରେ ଆମେ ରାଷ୍ଟ୍ରର ପ୍ରଗତି, ଆତ୍ମ ନିର୍ଭରଶୀଳତା ଏବଂ ଏକ ସୁସ୍ଥ, ଅଧିକ ସଶକ୍ତ ଭାରତ ଗଠନ ଲକ୍ଷ୍ୟ ସହିତ ଘନିଷ୍ଠ ଭାବରେ ମେଳ ଖାଇବା ଲକ୍ଷ୍ୟ ରଖିଛୁ ।” 

ଭାରତରେ ୨୭ ବର୍ଷରୁ ଅଧିକ କାଳ ବ୍ୟବସାୟ ସହିତ ଏକ ଦଶନ୍ଧିର ଉତ୍ପାଦନ ଉକ୍ରର୍ଷକୁ ନେଇ ଆମୱେ ସ୍ଥାନୀୟ ଉତ୍ପାଦନ, ଆର ଆଣ୍ଡ ଡିକୁ ଆଗେଇନେବା ଏବଂ ଡିଜିଟାଲ ପ୍ରୟାସସମୂହରେ ଉଲ୍ଲେଖନୀୟ ପରିମାଣର ପୁଞ୍ଜିନିବେଶ କରିଛି, ଯେଉଁଥିରେ ଏକାଧିକ ସର୍ବାଧୁନିକ ଗବେଷଣା ଲାବ୍‌ ସ୍ଥାପନ ଅନ୍ତର୍ଭୁକ୍ତ ରହିଛି । ଏହା ଆମୱେ ଭାରତୀୟ ବଜାରରେ ନବସୃଜନ ଏବଂ ପ୍ରଗତି ପ୍ରତି ଦୀର୍ଘାବଧି ପ୍ରତିବଦ୍ଧତା ସମ୍ପର୍କରେ ଦର୍ଶାଉଛି । ଏହି ସମସ୍ତ ପ୍ରୟାସ ଓ ପୁଞ୍ଜିନିବେଶ ଜରିଆରେ କମ୍ପାନୀ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ୫ ନିୟୁତ ପର୍ଯ୍ୟନ୍ତ ଜୀବନକୁ ଜନସମୁଦାୟ ନିର୍ବିଶେଷରେ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପ୍ରୟାସ ଜରିଆରେ ସଶସ୍ତ କରିବାକୁ ଲକ୍ଷ୍ୟ ରଖିଛି ।

ସ୍ଥାନୀୟ ଉତ୍ପାଦନର ଦଶବର୍ଷ ପାଳନ କରିବାକୁ ଯାଇ ଆମୱେର ତାମିଲନାଡୁସ୍ଥିତ ଅତ୍ୟାଧୁନିକ କାରଖାନା ଏହାର ‘ମେକ୍‌ ଇନ ଇଣ୍ଡିଆ’ ଦୂରଦୃଷ୍ଟି ସହିତ ମେଳ ଖାଉଥିବା ଏକ ନିଦର୍ଶନ ହୋଇଛି । ଏହି କାରଖାନା ସ୍ଥାନୀୟ ନିଯୁକ୍ତ ସୃଷ୍ଟି ଏବଂ ଦକ୍ଷତା ବିକାଶ କ୍ଷେତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ଏହା ଆମୱେର ଭାରତରେ ଉତ୍ପାଦନ, ଭାରତ ଏବଂ ବିଶ୍ୱ ପାଇଁ ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରୁଛି ।

Powered by Froala Editor

Tags Amway

Related articles Odisha News Lens 4.1

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

    13745
    Nov 18, 2025
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି
    ଖେଳ ଖବର

    ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି

    13951
    Nov 17, 2025
  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର
    ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15204
    Nov 17, 2025
  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର
    ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13519
    Nov 18, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ
    ବିଶେଷ

    ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14208
    Nov 17, 2025
  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14195
    Nov 17, 2025
  • ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ
    ମନୋରଞ୍ଜନ

    ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14570
    Nov 18, 2025
  • ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15493
    Nov 18, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ
    ଦେଶ-ଦେଶାନ୍ତର

    ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14773
    Nov 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14208
    Nov 17, 2025
  • ମନୋରଞ୍ଜନ

    ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14570
    Nov 18, 2025
  • ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15204
    Nov 17, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16855
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16950
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17295
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15767
    Apr 03, 2021

ବିଶେଷ

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14208
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16029
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15141
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14419
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    15279
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14721
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14311
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13956
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15027
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15204
    Nov 17, 2025
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି

    13951
    Nov 17, 2025
  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14263
    Nov 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In