ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ବାଂଲାଦେଶ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ଆଇସିଟି ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଜୁଲାଇ ବିଦ୍ରୋହ ସମୟରେ ନିରସ୍ତ୍ର ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ହାସିନାଙ୍କ ନାଁରେ ଅଭିଯୋଗ ହୋଇଛି। କୋର୍ଟର ନିଷ୍ପତ୍ତି ହାସିନାଙ୍କ ସମସ୍ୟାକୁ ବୃଦ୍ଧି କରିପାରେ।
ରାୟ ପ୍ରଦାନ କରିବା ସମୟରେ କୋର୍ଟ ବାଂଲାଦେଶରେ ଭାଇରାଲ ହୋଇଥିବା ହାସିନାଙ୍କ ଏକ ଅଡିଓ ରେକର୍ଡିଂ ମଧ୍ୟ ପ୍ରକାଶ କରିଛନ୍ତି। ଏହି ଅଡିଓରେ, ହାସିନା ପୋଲିସ ମୁଖ୍ୟଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହୁଥିବା ଶୁଣାଯାଉଛି। କୋର୍ଟ ତାଙ୍କ ରାୟରେ ମାନବାଧିକାର କମିଶନଙ୍କ ରିପୋର୍ଟକୁ ମଧ୍ୟ ଉଦ୍ଧୃତ କରିଛନ୍ତି।
ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ଶେଖ ହସିନା ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗମ୍ଭୀର ଅପରାଧ ପାଇଁ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଛି। କୋର୍ଟ ତାଙ୍କ ରାୟରେ ଏହା ମଧ୍ୟ କହିଛନ୍ତି ଯେ, ମାନବତା ବିରୋଧୀ ଏହି ଅପରାଧ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା।
ଗତବର୍ଷ ଅଗଷ୍ଟରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଜୋରଦାର ଛାତ୍ର ଆନ୍ଦୋଳନ ହୋଇଥିଲା । ଏଥିରେ ୧୪ ଶହ ଜଣଙ୍କ ମୃତ୍ୟୁ ହୋଇଥିଲା ।
Powered by Froala Editor