ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ
ଭାରତୀୟ ସିନେମାକୁ ବିଶ୍ବ ସ୍ତରରେ ପହଞ୍ଚାଇଥିବା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଏବେ ତାଙ୍କର ସବୁଠାରୁ ମହଙ୍ଗା ଫିଲ୍ମ ନିର୍ମାଣ କରୁଥିବା ଜଣାଯାଇଛି। ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ-ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏହି ଆକ୍ସନ-ଆଡଭେଞ୍ଚର ସିନେମାଟିର ନାମ 'ବାରାଣସୀ' ରଖାଯାଇଛି। ଫିଲ୍ମର ଟିଜର ରିଲିଜ୍ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଥିଲେ ବି ରାଜାମୌଲି ଦେଇଥିବା ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି।
ବାନର ସେନା ଅର୍ଗାନାଇଜେସନ ହାଇଦ୍ରାବାଦ, ପୁଲିସରେ ରାଜାମୌଳୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସଙ୍ଗଠନର କହିବାନୁସାରେ ,ଏସଏସ ରାଜାମୌଳୀ ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଛନ୍ତି। କହି ରଖୁଛୁ କି, ଏସଏସ ରାଜାମୌଳୀ ନିଜର ଫିଲ୍ମ ବାରାଣାସୀର ଟିଜର ଲଞ୍ଚରେ କିଛି ଟେକ୍ନିକାଲ ସମସ୍ୟା ଆସିବା କାରଣରୁ ଫ୍ରଷ୍ଟ୍ରେଟ୍ ଥିଲେ। ସେ ଇଭେଣ୍ଟର ସ୍ପିଚ୍ରେ କହି ଦେଇ ଥିଲେ ଯେ,ତାଙ୍କୁ ଭଗବାନ ଓ ହନୁମାନ ଜୀଙ୍କୁ ଉପରେ ଭରସା ନାହି। ଏହି କଥାରେ ଅନେକ ଲୋକ ବିରକ୍ତ ପ୍ରକାଶ କରିଛନ୍ତି।
ଭାବପ୍ରବଣ ହୋଇ ରାଜାମୌଲି ଉପସ୍ଥିତ ୫୦,୦୦୦ ଦର୍ଶକଙ୍କୁ କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ, ପ୍ରଭୁ ହନୁମାନ ମୋତେ ନିରାଶ କରିଛନ୍ତି। ମୁଁ କୌଣସି ଦେବାଦେବୀଙ୍କ ଉପରେ ବିଶ୍ୱାସ କରେ ନାହିଁ। ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ। ମୁଁ ଈଶ୍ୱରଙ୍କ ଉପରେ ବିଶ୍ୱାସ କରେ ନାହିଁ। ଯାନ୍ତ୍ରିକ ତ୍ରୁଟି ଆସିବା ପରେ ମୋ ବାପା ଆସି କହିଲେ ଯେ, ପ୍ରଭୁ ହନୁମାନ ସବୁକିଛି ଠିକ୍ କରିବେ। ହେଲେ ଅନେକ ସମୟ ଧରି ତ୍ରୁଟି ଠିକ୍ ନହେବାରୁ ମୁଁ ବାପାଙ୍କୁ ପାଟି କରି କହିଲି ଯେ, 'ସେ କ'ଣ ମୋତେ ଏପରି ଆଗକୁ ନେବେ?'
ମୋ ସ୍ତ୍ରୀ ହନୁମାନଙ୍କର ଜଣେ ବଡ଼ ଭକ୍ତ। ସେ ଭଗବାନଙ୍କ ସହ ବନ୍ଧୁ ପରି ବ୍ୟବହାର କରନ୍ତି ଏବଂ ତାଙ୍କ ସହିତ କଥା ହୁଅନ୍ତି। ଏହି ଘଟଣା ପରେ ମୁଁ ତାଙ୍କ ଉପରେ ମଧ୍ୟ ମୋର କ୍ରୋଧ ପ୍ରକାଶ କରି କହିଲି, 'ସେ କ'ଣ ଏହିପରି ନିଜ କାମ କରନ୍ତି?'"
ରାଜାମୌଳୀଙ୍କ ବୟାନ ଭାଇରାଲ ହେବା ପରେ ସେ ସୋସିଆଲ ମିଡ଼ିଆରେ ଟ୍ରୋଲିଂ ହୋଇଥିଲେ। ଏହାପରେ ରାଜାମୌଳୀଙ୍କ ବିରୋଧରେ ଅଭିଯୋଗ ହାଇଦ୍ରାବାଦର ସରୁରନଗର ପୁଲିସ ଷ୍ଟେସନରେ ଅଭିଯୋଗ ରୁଜୁ କରାଇଛନ୍ତି।
Powered by Froala Editor