ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ଲୁଟିନେଲେ ୪୧.୭୦ ଲକ୍ଷ ଟଙ୍କା
ରାଜସ୍ଥାନର ଜୟପୁରରେ ପ୍ରେମିକର ଋଣ ସୁଝିବାକୁ ପ୍ରେମିକା କଲା ବଡ ଧରଣର ଲୁଟ୍ ପ୍ଲାନିଂ । ବ୍ୟାଙ୍କର ଏଟିଏମରୁ ଲୁଟିନେଲେ ୪୧,୭୦ ଲକ୍ଷ ଟଙ୍କା । ପୋଲିସ ଯୁବତୀଙ୍କ ରୁମରୁ ୨୬.୮୦ ଲକ୍ଷ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ।
ସେପ୍ଟେମ୍ବର ୧୪ ତାରିଖ ସକାଳେ ବ୍ୟାଙ୍କ କର୍ମଚାରୀମାନେ ୪୧.୭୦ ଲକ୍ଷ ଟଙ୍କା ବାହାର କରି ଆସୁଥିଲେ । ସେହି ସମୟରେ ହଠାତ ବାଇକରେ ଆସିଥିବା ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ କର୍ମଚାରୀଙ୍କଠାରୁ ଟଙ୍କାଭର୍ତ୍ତି ବ୍ୟାଗ୍ ଛଡ଼ାଇ ଫେରାର୍ ହୋଇଯାଇଥିଲେ । ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଅଂଶୁଙ୍କ ପ୍ରେମିକ ମସ୍ତରାମ ମୀଣା ଏବଂ ତାର ସାଙ୍ଗମାନେ ପ୍ରଚୁର ଋଣରେ ବୁଡ଼ି ରହିଥିଲେ । ଏହାକୁ ଶୁଝିବା ପାଇଁ ସେମାନେ ଲୁଟର ଯୋଜନା କରିଥିଲେ ।
ଏହାପରେ ମସ୍ତରାମ ତାର ପ୍ରେମିକା ଅଂଶୁକୁ ଏହି ଯୋଜନାରେ ସାମିଲ କରିଥିଲା । ପ୍ଲାନ୍ ମୁତାବକ, ଘଟଣା ଦିନ ଅଂଶୁ ଏଟିଏମ ପାଖରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲା । ଯେତେବେଳେ ବ୍ୟାଙ୍କ କର୍ମଚାରୀମାନେ ଟଙ୍କା ନେଇ ବାହାରିଲେ, ସେ ସାଙ୍ଗେସାଙ୍ଗେ ପ୍ରେମିକ ମସ୍ତରାମକୁ ଫୋନ୍ କରି କରିଥିଲେ । ଏହାପରେ ଦୁର୍ବୃତ୍ତମାନେ ସେଠାରେ ପହଞ୍ଚି ଅତି ଚତୁରତାର ସହ ଟଙ୍କା ଲୁଟି ନେଇଥିଲେ ।
ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ ଆଖପାଖର ପ୍ରାୟ ୧୦୦୦ଟି ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଯୁବତୀ ଅଂଶୁଙ୍କ ଗତିବିଧି ସନ୍ଦେହଜନକ ଜଣାପଡ଼ିଥିଲା । ପୋଲିସ ତାଙ୍କୁ ଟ୍ରାକ୍ କରି ଭଡ଼ା ଘରୁ କାବୁ କରିବା ସହ ଲୁଟ୍ ଟଙ୍କାରୁ ୨୬.୮୦ ଲକ୍ଷ ଟଙ୍କା ଜବତ କରିଛି ।
Powered by Froala Editor