UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ବଦଳିର ନିର୍ଦ୍ଦେଶ
ଅସଲାମ୍ ୱାଲିକୁମ୍ କହିବାରୁ ଆଇପିଏସ ଅଫିସର ବୁସ୍ରା ବାନୋଙ୍କ ବଦଳି। । ପଶ୍ଚିମବଙ୍ଗ ଖଡଗପୁରରେ ଅତିରିକ୍ତ ଏସପି ଅଫିସର ଭାବେ ଡ୍ୟୁଟି କରୁଥିଲେ। ସେପ୍ଟେମ୍ବର ୧୩ରେ ବୁସ୍ରା ବାନୋ UPSC ଆଶାୟୀଙ୍କୁ ଉତ୍ସାହିତ କରିବା ପାଇଁ ଏକ ଭିଡିଓ କରିଥିଲେ। କିନ୍ତୁ ଭିଡିଓ ପ୍ରଥମରୁ ସେ ଅସଲାମ୍ ୱାଲିକୁମ୍ କହି ଭିଡିଓ ଆରମ୍ଭ କରିଥିଲେ ।
କେବଳ ଭିଡିଓ ଆରମ୍ଭରେ ନୁହେଁ, ଭିଡିଓ ମଝିରେ ଇନସ୍ଆଲ୍ହା ଭଳି ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ ବୁସ୍ରା ବାନୋ। ଘଟଣାକୁ ନେଇ ପଶ୍ଚିମବଙ୍ଗର ହିନ୍ଦୁ ଲିଗାଲ ଫଣ୍ଡ ପକ୍ଷରୁ ଗୃହ ସଚିବଙ୍କ ନିକଟରେ ଆପତ୍ତି ଉଠାଇବା ସହ ଅଭିଯୋଗ କରିଥିଲେ। IPS ବୁସ୍ରା ଆରମ୍ଭରେ ବନ୍ଦେ ମାତରମ କିମ୍ବା ଜୟ ହିନ୍ଦରୁ ଭିଡିଓ ଆରମ୍ଭ ନକରି ଅସଲାମ୍ ୱାଲିକମ କହିଥିଲେ, ତାକୁ ନେଇ ଅଭିଯୋଗ କରିଥିଲେ ହିନ୍ଦୁ ଲିଗାଲ ଫଣ୍ଡ କମିଟି। ଏହି ଘଟଣା ଗୋଟେ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୪ରେ ବୁସ୍ରାଙ୍କୁ ଆସିଥିଲା ବଦଳିର ନିର୍ଦ୍ଦେଶ।
IPS ବୁସ୍ରାଙ୍କୁ ବର୍ତ୍ତମାନ ଆର୍ମ୍ଡ ପୋଲିସର ଚତୁର୍ଥ ବାଟାଲିୟାନ ଡେପୁଟି କମାଣ୍ଡର ଭାବେ ନିଯୁକ୍ତି କରାଯାଇଛି। ଯଦିଓ ବୁସ୍ରାଙ୍କ ବଦଳି ନୋଟିସର କାରଣରେ ଅସଲାମ୍ ୱାଲିକୁମ୍ ଶବ୍ଦର ବ୍ୟବହାର ବୋଲି ଲେଖାଯାଇନି କିନ୍ତୁ ଭିଡିଓର ବିବାଦର ଗୋଟେ ଦିନ ପରେ ହିଁ ତାଙ୍କୁ ବଦଳିର ନିର୍ଦ୍ଦେଶ ଆସିଥିଲା। ଘଟଣାକୁ ନେଇ ରାଜନୀତି ବି ତେଜିଛି।
Powered by Froala Editor