ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିପାତ
ଶ୍ରୀନଗର: ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆଜି(ଗୁରୁବାର) ଉଦ୍ଧମପୁରରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି । ବର୍ତ୍ତମାନ ସ୍ଥାନୀୟ ପୋଲିସ, ସୁରକ୍ଷାକର୍ମୀ ମିଳିତ ଭାବେ ସେହି ଅଞ୍ଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ତେବେ ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ । ଦୁଇ ଆତଙ୍କୀ ନିହତ ହୋଇଥିବା ଭାରତୀୟ ସେନାର ହ୍ବାଇଟ ନାଇଟ୍ କ୍ରପ୍ସ ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛି ।ସେନା Xରେ ଦେଇଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବ୍ରାତ୍ତାଲ, ଉଦ୍ଧମପୁର ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ଆଧାରରେ ପୋଲିସ ଓ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଯାହାର ଫଳସ୍ବରୂପ 2 ଆତଙ୍କୀ ନିପାତ ହୋଇଥିବା ହ୍ବାଇଟ ନାଇଟ୍ କ୍ରପ୍ସ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ।
Powered by Froala Editor