ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ
ପ୍ରାକୃତିକ ତେଲ ତ୍ବଚା ଏବଂ ବାଳ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନଡ଼ିଆ ତେଲ,ବାଦାମ ତେଲ,ଅଲିଭ ତେଲର ଫାଇଦା ବିଷୟରେ ତ ଆପଣ ଜାଣିଥିବେ କିନ୍ତୁ ଆପଣ କ’ଣ କେବେ ଅଣ୍ଡା ତେଲ ଟ୍ରାଇ କରିଛନ୍ତି? ଆସନ୍ତୁ ଜାଣିବା ଅଣ୍ଡା ତେଲ କିପରି ଭାବରେ ଆମ ବାଳ ପାଇଁ ଲାଭଦାୟକ ହୋଇଥାଏ।
ଅଣ୍ଡା ତେଲ ଅଣ୍ଡାର କେଶରରୁ ବାହାରିଥାଏ। ଏହା ଦ୍ବାରା ବାଳର ରୁକ୍ଷପଣ ଦୂର ହୋଇଥାଏ।
ଅଣ୍ଡା ତେଲ ଲଗାଇବା ଦ୍ବାରା ବାଳ ଝଡ଼ିବା ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ଏହାର ବ୍ୟବହାର ଦ୍ବାରା ବାଳ ଝଡ଼ିବା କମିଥାଏ ଏବଂ ଘନବାଳ ହୋଇଥାଏ।
ଅଣ୍ଡା ତେଲରେ କୋଲେଷ୍ଟ୍ରୋଲ୍ ଥାଏ। ଏହା ତ୍ବଚାକୁ ଶୋଷିତ କରିଥାଏ ଏବଂ ଟିସୁକୁ ଉପଯୁକ୍ତ ସ୍ଥାନକୁ ଆଣିଥାଏ।
Powered by Froala Editor