ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର
ଅମୀର ଖାନଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ '୩ ଇଡିୟଟ୍ସ 'ର 'ମିଲିମିଟିର' ରାହୁଲ କୁମାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କ ପତ୍ନୀ ତୁର୍କୀର । ରାହୁଲଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କର ପରିଚୟ ଦେଇଛନ୍ତି ।
ସେ କହିଛନ୍ତି, ମୁଁ ରାହୁଲ । ଏ ମୋର ପତ୍ନୀ କେଜିବନ ଡାଗନ୍ । ସେ ତୁର୍କୀର ।'' ତାଙ୍କ ପତ୍ନୀ ହସିହସି କୁହନ୍ତି ହଁ ଆମେ ମେ ୪ରେ ବିବାଗ କରିଛୁ । ରାହୁଲଙ୍କ ପତ୍ନୀ ଆହୁରି କହିଛନ୍ତି, ୩ ଇଡିୟଟ୍ସରେ ତାଙ୍କ କାମ ଦେଖିବାକୁ ପରେ ମୁଁ ତାଙ୍କୁ ଆପ୍ରୋଚ କରିଥିଲି । ମୁଁ ଏହି ଫିଲ୍ମ ଦେଖିଥିଲି, ସେ ଏଥିରେ ଆକ୍ଟର ଥିଲେ । ମିଲିମିଟର ନା ? ମୁଁ ତାଙ୍କୁ ମେସେଜ କଲି ଏବଂ ଆମେ କଥାବାର୍ତ୍ତା ଆରମ୍ଭ କରିଥିଲୁ । ଏହା ୧୪ ବର୍ଷ ତଳର କଥା ।
ଏହାପରେ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି । ୟୁଜର୍ସ ତାଙ୍କୁ ନେଇ ମଜାଳିଆ କମେଣ୍ଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ମିଲିମିଟିର ଏବଂ କିଲୋମିଟର ହୋଇଗଲେ । କିଛି ୟୁଜର୍ସ ଲେଖିଛନ୍ତି, ଏ ତ କୃଣାଳ ଖେମୁଙ୍କ ପରି ଲାଗୁଛନ୍ତି ।
Powered by Froala Editor