ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି
ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଓପନର ସ୍ମୃତି ମନ୍ଧାନା ନଭେମ୍ବର ୨୩ ତାରିଖରେ ପ୍ରେମିକ ପଲାଶ ମୁଛଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ । ସ୍ମୃତି ଗତ ଛଅ ବର୍ଷ ଧରି ପଲାଶଙ୍କ ସହ ସମ୍ପର୍କରେ ଅଛନ୍ତି। ସମ୍ପ୍ରତ୍ତି ଅଧିନାୟକ ହରମନପ୍ରୀତ କୌର ସେମାନଙ୍କ ବିବାହ ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି।
ହରମନପ୍ରୀତ କୌର କ୍ରିକେଟନେକ୍ସଟକୁ କହିଛନ୍ତି ଯେ, ଭାରତୀୟ ଦଳ ସ୍ମୃତିଙ୍କ ବିବାହରେ ଯୋଗଦେବେ। ସେ କହିଛନ୍ତି, “ଆମେ ସମସ୍ତେ ପରସ୍ପରର ସାଥ୍ ମିସ୍ କରୁ। ଏକ ଟୁର୍ଣ୍ଣାମେଣ୍ଟ ଶେଷ ହେବା ମାତ୍ରେ, ଆମେ ପରବର୍ତ୍ତୀ ସମୟରେ କେବେ ପରସ୍ପରକୁ ଦେଖା କରିବୁ ସେ ବିଷୟରେ ଚିନ୍ତା କରୁ। ସ୍ମୃତିଙ୍କ ବିବାହ ଆମ ପାଇଁ ସମଗ୍ର ଦଳକୁ ପୁଣି ଥରେ ଏକାଠି ଦେଖିବାର ଏକ ସୁଯୋଗ ହେବ।” ହରମନପ୍ରୀତଙ୍କ ଏହି ବୟାନ ପରେ ସ୍ପଷ୍ଟ ହୋଇଯାଇଛି ଯେ ଭାରତୀୟ ମହିଳା ଦଳର ସମ୍ପୂର୍ଣ୍ଣ “ପାୱାର ପ୍ୟାକ୍ଡ ୟୁନିଅନ” ସ୍ମୃତିଙ୍କୁ ବିବାହ ସମାରୋହରେ ଦେଖାଦେବେ।
ସ୍ମୃତି ମନ୍ଧାନା ପଲାଶ ମୁଛଲଙ୍କ ସମ୍ପର୍କକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଚାଲିଛି । ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଦୁହେଁ ହାତ କୁ ଦି ହାତ ନେବାର ନିଷ୍ପତ୍ତି ନେଇଛନ୍ତି ।
Powered by Froala Editor