ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର
ପୁଲିସ୍ ଗୁଳିରେ ଟଳିଲା ମାଓନେତା ମାଡଭି ହିଡମା। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାରେ ମାରେଡୁମେଲ୍ଲୀରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୁଲିସ୍ ଗୁଳିରେ ମାଓ ନେତା ମାଡଭି ହିଡମା ଓ ତାର ପତ୍ନୀ ରାଜେ ନିହତ ହୋଇଥିବା ସୁଚନା ମିଳିଛି । ଦୁହେଁ ମାଓ ସଂଗଠନ କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ । ଆଉ ଜଣେ ବରିଷ୍ଠ ନେତା ଆଜାଦଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଆଲୁରି ସୀତାରାମରାଜୁ ଜିଲା ମେରେଡୁମୁଲିରେ ମାଓବାଦୀମାନେ ଲୁଚି ରହି ଏକ ବଡ଼ଧରଣର ଯୋଜନା ପ୍ରସ୍ତୁତ କରୁଥିବା ପୋଲିସକୁ ସୂଚନା ମିଳିଥିଲା। ଏନେଇ ପୋଲିସ ଏବଂ ଯବାନ ମିଳିତ ଭାବେ ଅଞ୍ଚଳରେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ସେତିକିବେଳେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏନ୍କାଉଣ୍ଟରେ ୬ଜଣ ଟମ୍ ମାଓବାଦୀ ନେତା ନିହତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଅପରେଶନ ଜାରି ରହିଥିବା ଆନ୍ଧ୍ର ଡିଜିପି ସୂଚନା ଦେଇଛନ୍ତି।
ହିଡମାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ଏବଂ ପତ୍ନୀ ରାଜେଙ୍କ ଉପରେ ୫୦ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଅଛି । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଆଉ ଦୁଇଜଣ ଟପ ମାଓବାଦି ଚେଲ୍ଲୁରି ନାରାୟଣ ଓରଫ ସୁରେଶ ଓ ଶଙ୍କର ଆନ୍ନା ମଧ୍ୟ ଏହି ଏନକାଉଣ୍ଟର ରେ ପ୍ରାଣ ହରାଇଥିବା ଜଣା ପଡିଛି ।
Powered by Froala Editor