୧୪ ଦିନ ଧରି କମ୍ପିବ ଖଣ୍ଡଗିରି, ଯାତ୍ରାରେ ନଗ୍ନତାକୁ ସଂପୂର୍ଣ୍ଣ ନିଷିଦ୍ଧ

ଭୁବନେଶ୍ୱର: ଦିନକ୍ ପରେ ପ୍ରସିଦ୍ଧ ଖଣ୍ଡଗିରି ମେଳା । ଫେବ୍ରୁଆରୀ ୪ରୁ କୁମ୍ଭମେଳା ଆରମ୍ଭ ହେଉଥିବା ବେଳେ ୬ରୁ ଯାତ୍ରା ମହାସମର । ୧୪ ଦିନ ଧରି କମ୍ପିବ ଖଣ୍ଡଗିରି-ଉଦୟଗିରି ପାହାଡ଼ ପାଦଦେଶ । ଖଣ୍ଡଗିରି ଯାତ୍ରା ମହାସମରକୁ ଶାନ୍ତିଶୃଙ୍ଖଳା ସହିତ ସଂପାଦନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ବିଏମ୍ସି କମିଶନର। ଏଥର ଯାତ୍ରାରେ ନଗ୍ନତା ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କଲେ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ। ଯାତ୍ରା ପାର୍ଟି ମାଲିକଙ୍କୁ ଦିଆଗଲା ଶେଷ ଚେତାବନୀ। ଖଣ୍ଡଗିରିର ମର୍ୟ୍ୟାଦା ହାନି ନ କରିବାକୁ ପାର୍ଟି ମାଲିକଙ୍କୁ କୁହାଯାଇଛି। ନିୟମ ଉଲଙ୍ଘନ କଲେ ଆଇନ ଅନୁଯାଇ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଏମ୍ସି କମିଶନର।
ଖଣ୍ଡଗିରି କୁମ୍ଭମେଳାରେ ପ୍ରତ୍ୟେକ କମିଟିର ପ୍ରତ୍ୟେକ ସଦସ୍ୟ ପ୍ରଶାସନ ଯଥା-ପୁଲିସ, ଟ୍ରାଫିକ୍, ଦମକଳ, ବିଏମ୍ସି ଇତ୍ୟାଦି ବିଭାଗକୁ ଯଥା ସମ୍ଭବ ସହଯୋଗ କରିବେ । ଯଦ୍ୱାରା ପ୍ରଶାସନ ଖଣ୍ଡଗିରି କୁମ୍ଭମେଳାରେ ମେଳା ସହିତ ଅପେରାକୁ ସୂଚାରୁରୂପେ ପରିଚାଳନା କରିପାରିବେ। ଯାତ୍ରା କମିଟିର ପ୍ରତ୍ୟେକ ସଦସ୍ୟ କମିଟିର ପରିଚୟପତ୍ର ବ୍ୟବହାର କରିବାକୁ ବାଧ୍ୟ । କୌଣସି ଯାତ୍ରା କମିଟି ମଞ୍ଚରେ ସେଲିବ୍ରିଟି, ଆଇଟମ୍ ଗାର୍ଲ କିମ୍ବା କୌଣସି ନଗ୍ନତାକୁ ପ୍ରଶ୍ରୟ ଦେବେନାହିଁ । ଯାତ୍ରା କମିଟିମାନେ ଯାତ୍ରା ପରିବେଶଣ ହେଉଥିବା ସ୍ଥାନରେ ସିସିଟିଭି ବ୍ୟବସ୍ଥା କରିବେ । ପ୍ରଭୁ ଅନନ୍ତକେଶରୀଙ୍କ ପଟୁଆର ସମୟରେ ସମସ୍ତ ଯାତ୍ରା କମିଟି ଯଥାସମ୍ଭବ ସାମିଲ ହୋଇ ପଟୁଆରକୁ ସୂଚାରୁ ରୂପେ ସଂପାଦନ କରିବେ । ଯାତ୍ରା କମିଟି ସଦସ୍ୟମାନେ ଅପେରା ପରିବେଷଣ ସମୟରେ ମଦ୍ୟପାନ ନ କରିବାକୁ କୁହାଯାଇଛି।
Powered by Froala Editor