ସେଲ୍ଫି ନେବାବେଳେ ଓଲଟି ପଡ଼ିଲା ଡଙ୍ଗା, ୨ ନିଖୋଜ

କୋରାପୁଟ ମାଛକୁଣ୍ଡ ଥାନା ଜୋଲାପୁଟ ଜଳ ଭଣ୍ଡାରରେ ଅଭାବନୀୟ ଘଟଣା ଘଟିଛି। ଡ୍ୟାମରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଥିବା ସୂଚନା ମିଳିଛି। ଜୋଲାପୁଟ ଡ୍ୟାମ ତଳପାଶ୍ୱର୍ରେ ଡଙ୍ଗାରେ ଚଢ଼ି ସେଲଫି ନେବାବେଳେ ଉଭୟ ଖସି ଯାଇଥିଲେ। ଡଙ୍ଗାରୁ ଖସି ଯିବା ପରେ ଉଭୟ ଯୁବକ ଡ୍ୟାମର ଗଭୀର ଜଳରାଶିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ୨ଜଣ ଯୁବକ ଡଙ୍ଗାରୁ ଖସିଯାଇ ଡ୍ୟାମରେ ବୁଡ଼ି ଯାଇଥିବା ଜାଣିବା ପରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
ତେବେ ଡ୍ୟାମରେ ବୁଡ଼ିଯାଇ ନିଖୋଜ ହୋଇଥିବା ୨ ନାବାଳକ ହେଲେ ଶିବ ହନ୍ତାଳ ଓ ଅମିତ ହନ୍ତାଳ। ନାବାଳକମାନେ ଡ୍ୟାମରେ ଗାଧୋଇସାରିବା ପରେ ଡଙ୍ଗାରେ ସେଲଫି ନେଉଥିଲେ। ତେବେ ହଠାତ ଡଙ୍ଗାଟି ବୁଡି ଯାଇଥିଲା। ନିଖୋଜ ନାବାଳକମାନେ ଜୋଲାପୁଟ ଉଚ୍ଚ ବିଦ୍ୟାଳୟର ଛାତ୍ର। ବହୁ ସମୟ ଧରି ଖୋଜା ଖୋଜି କରାଯାଇଥିଲେ ମଧ୍ୟ ଦୁଇ ଜଣଙ୍କ ପତ୍ତା ମିଳିପାରିନାହିଁ।
Powered by Froala Editor