ଅଷ୍ଟମ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ମଧୁସୂଦନ ପାଢ଼ୀ

ଭୁବନେଶ୍ୱର: ଅଷ୍ଟମ ରାଜ୍ୟ ନିର୍ବାଚନ କମିଶନରଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୧ ବ୍ୟାଚ ଆଇଏଏସ ଅଫିସର ମଧୁସୂଦନ ପାଢ଼ୀ । ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।
ଏହି ଅବସରରେ ନୂତନ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ କହିଛନ୍ତି ଯେ ଏହା ଏକ ଗୁରୁ ଦାୟିତ୍ୱ । ପୌର ଓ ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ଧ୍ୟାନ ଦେବି । ପୂର୍ବରୁ ଅନେକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନେଇଛି, ତେଣୁ ନିର୍ବାଚନ ପରିଚାଳନାରେ ପୂର୍ବ ଅନୁଭୂତି ସାହାଯ୍ୟ କରିବ। ନୂଆ ଭୋଟରମାନଙ୍କୁ ନିର୍ବାଚନ ପାଇଁ ଆକୃଷ୍ଟ କରିବା ବଡ଼ ଆହ୍ଵାନ ରହିବ। ବିଭିନ୍ନ ସ୍ଥାନରେ ଫାଙ୍କା ରହିଥିବା ସରପଞ୍ଚ ସମିତି ସଭ୍ୟ ପଦବୀ ପୂରଣ ପାଇଁ ଆବଶ୍ୟକୀୟ ଉପ ନିର୍ବାଚନର ଆୟୋଜନ କରାଯିବ।
ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନର ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କର ଗତ ବର୍ଷ ଅଗଷ୍ଟ ମାସରୁ କାର୍ୟ୍ୟକାଳ ଶେଷ ହୋଇଥିଲା। ରାଜ୍ୟ ସରକାର ନୂଆ କମିସନର ନିଯୁକ୍ତି ଦେବାରେ ବିଳମ୍ବ କରିବାରୁ ଶ୍ରୀ ପାଢ଼ୀ ପୂର୍ବଭଳି କାର୍ୟ୍ୟ ଜାରି ରଖିଥିଲେ।
Powered by Froala Editor