ବିରାଟ କୋହଲିଙ୍କ ବାୟୋପିକ୍ କରିବେ କି ଶାହିଦ !

ବଲିଉଡରେ ଏବେ ବାୟୋପିକ୍ ଫିଲ୍ମ ମାନଙ୍କର ରାଜ୍ ଚାଲିଛି । ଏମ୍ ଏସ୍ ଧୋନି, ମେରୀ କମ୍, ମିଲ୍ଖା ସିଂହ ଏବଂ ପାନ ସିଂହ ତୋମରଙ୍କ ଭଳି କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ତେବେ ନିକଟରେ ବିରାଟ କୋହଲିଙ୍କ ବାୟୋପିକ ନିର୍ମାଣକୁ ନେଇ ଚର୍ଚ୍ଚ ଜୋର ଧରିଛି।
ଯଦି ବିରାଟଙ୍କ ଉପରେ ଏକ ବାୟୋପିକ୍ ତିଆରି ହୁଏ, ତେବେ କେଉଁ ଅଭିନେତା ଫିଟ୍ ହେବେ ସେ ନେଇ ଚାଲିଛି ଚର୍ଚ୍ଚା । ଶୁଣିବାକୁ ମିଳୁଛି ଶାହିଦ କପୁରଙ୍କ ପ୍ରଥମ ପସନ୍ଦରେ ଅଛନ୍ତି ।
ନିକଟରେ ନିଜର ଆଗାମୀ ଫିଲ୍ମ 'ଦେବା'ର ପ୍ରମୋସନ ପାଇଁ ଶାହିଦ କପୁର ଏକ ମଞ୍ଚକୁ ଯାଇଥିବା ବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ‘ଯଦି ଆପଣଙ୍କୁ ବିରାଟ କୋହଲିଙ୍କ ବାୟୋପିକ କରିବାର ଅଫର ଆସେ ତେବେ କ’ଣ କରିବେ? ଏହି ପ୍ରଶ୍ନ ଶୁଣି ସାହିଦ ଉତ୍ତର ଦେଇଥିଲେ, ‘ମୁଁ କେଉଁ ସିନେମା କରିବି, କାହାର ବାୟୋପିକ କରିବି ସେସବୁ ମୋ ଉପରେ ନିର୍ଭର କରେ ନାହିଁ। ତେବେ ବିରାଟଙ୍କ ବିୟୋପିକ କରିବି କି ନାହିଁ ଆପଣମାନେ ମୋତେ ଯେଉଁ ପ୍ରଶ୍ନ ପଚାରିଛନ୍ତି ତାହା ବିରାଟଙ୍କ ଉପରେ ହିଁ ଛାଡ଼ି ଦେବା ମୁଁ ଉଚିତ ମଣିବି। ଯଦି କେବେ ସୁଯୋଗ ମିଳେ ବିରାଟଙ୍କ ବାୟୋପିକରେ ଅଭିନୟ କରିବାର ମୁଁ ଖୁବ ଖୁସି ହେବି ବୋଲି କହିଛନ୍ତି । ତେବେ ଏନେଇ ବିରାଟଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । କେଉଁ ବ୍ୟାନରରେ ବିରାଟଙ୍କ ବାୟୋପିକ୍ ହେବ କି କିଏ ଏହାର ନିର୍ଦ୍ଦେଶନା ଦେବେ ତାହା ସ୍ପଷ୍ଟ ହୋଇନାହିଁ ।
Powered by Froala Editor