ଡମ୍ଫର ଚକ ତଳେ ପଶିଗଲା ସ୍ପିଡ୍ ବାଇକ୍
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଫିଲ୍ମ ଷ୍ଟାଇଲ୍ରେ ଘଟିଛି ଦୁର୍ଘଟଣା । ଜୟଦେବବିହାର-ଇସ୍କନ ମନ୍ଦିର ରାସ୍ତାରେ ଡମ୍ଫର ଚକ ତଳେ ପଶିଗଲା ସ୍ପିଡ୍ ବାଇକ୍ । ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଅନେକ ସମୟରେ ଧରି ଯାନବାହନ ଅଟକି ରହିବା ସହ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Powered by Froala Editor