ଏନଭିଏସ-୦୨ର ସଫଳ ଉତକ୍ଷେପଣ

ଇସ୍ରୋ ପକ୍ଷରୁ ସାଟେଲାଇଟ ନାଭିଗେସନ ପାଇଁ ଉଦ୍ଦିଷ୍ଟ ଏନଭିଏସ-୦୨ର ସଫଳ ଉତକ୍ଷେପଣ କରାଯାଇଛି। (ଇସ୍ରୋ)କୁ ୧୦୦ତମ ଉତ୍କ୍ଷେପଣ ପାଇଁ ଅଭିନନ୍ଦନ ଜଣାଇ ଏହାକୁ ଏକ ଅବିଶ୍ୱସନୀୟ ମାଇଲଖୁଣ୍ଟ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡ଼ିଆ ଏକ୍ସରେ ଏଭଳି ଲେଖିଛନ୍ତି।
ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେଶ ସେଣ୍ଟରରେ ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଏନଭିଏସ-୦୨ର ସଫଳ ଉତକ୍ଷେପଣ କରାଯାଇଛି। ଶ୍ରୀହରିକୋଟାରେ ଏହା ଥିଲା ଶତକୀୟ ଲଞ୍ଚ। ଜିଏସଏଲଭି ରକେଟ ସାହାଯ୍ୟରେ ୨୨୫୦ କିଗ୍ରାର ସାଟେଲାଇଟ ଉତକ୍ଷେପଣ କରାଯାଇଛି।
ଏବେ ପ୍ରାୟ ସବୁ ମୋବାଇଲରେ ନାଭିଗସେନ୍ ଓ ଲୋକେସନ୍ ଟ୍ରାକିଂ ପାଇଁ ଆମେରିକୀୟ ଟେକନୋଲୋଜି GPS ବ୍ୟବହାର କରାଯାଉଛି । ତେବେ ଭାରତ ନିଜସ୍ବ ସ୍ବଦେଶୀ ନାଭିଗେସନ୍ ସିଷ୍ଟମ୍ 'ନାଭିକ୍' ପ୍ରତିଷ୍ଠା ପାଇଁ ଯୋଜନା ରଖିଛି । ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ ଏନଭିଏସ-୦୨। ଏନେଇ ଇସ୍ରୋ ସୂଚନା ପ୍ରଦାନ କରିଥିଲା ଯେ, ଏନଭିଏସ-୦୨କୁ ଯୋଜନାବଦ୍ଧ କକ୍ଷପଥରେ ଅବସ୍ଥାପିତ କରାଯାଇଛି।
Powered by Froala Editor