ମହାକୁମ୍ଭ ପାଇଁ ଅସମ୍ଭାଳ ଭିଡ, ଟ୍ରେନକୁ ପଥର ମାଡ଼

ଝାନ୍ସୀରୁ ପ୍ରୟାଗରାଜ ଯାଉଥିବା ଏକ ଟ୍ରେନ ଉପରେ ମଧ୍ୟପ୍ରଦେଶର ହରପାଲପୁରରେ ଆକ୍ରମଣ ହୋଇଛି। ଏହି ଟ୍ରେନଟି ମହାକୁମ୍ଭ ପାଇଁ ଯାଉଥିଲା। ଆକ୍ରମଣକାରୀମାନେ କେବଳ ଟ୍ରେନ ଉପରେ ପଥର ମାଡ଼ କରିନଥିଲେ ବରଂ ଏଥିରେ ଭଙ୍ଗାରୁଜା ମଧ୍ୟ କରିଥିଲେ।
ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଲୋକମାନେ କିପରି ଟ୍ରେନ ଉପରେ ପଥରମାଡ଼ କରୁଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଟ୍ରେନ ଉପରେ ଆକ୍ରମଣ ଏତେ ବିପଜ୍ଜନକ ଥିଲା ଯେ ଭିତରେ ବସିଥିବା ଯାତ୍ରୀମାନେ ବହୁତ ଭୟଭୀତ ହୋଇଯାଇଥିଲେ।
୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭ ମେଳାରେ ଯୋଗ ଦେବାକୁ ଥିବା ବେଳେ ଏଥିପାଇଁ ଚାଲୁଥିବା ଟ୍ରେନ ସଂଖ୍ୟା ଯଥେଷ୍ଟ ହେଉନାହିଁ। ପ୍ରତ୍ୟେକ ଟ୍ରେନରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ରହୁଥିବା ବେଳେ ଏହା ବର୍ତ୍ତମାନ ବଡ ସମସ୍ୟା ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଭୋପାଳରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ଟ୍ରେନରେ ଅସମ୍ଭବ ଭିଡ ଲାଗି ଥିବା ବେଳେ ଯାତ୍ରୀ ଟ୍ରେନରେ ଚଢି ନ ପାରି ରାଗରେ ଟେକା ଫୋପାଡିଥିଲେ।
ଟ୍ରେନରେ ପୂର୍ବରୁ ଭିଡ ଥିବାରୁ ଭିତରେ ଥିବା ଯାତ୍ରୀ ମାନେ ଗେଟ ଖୋଲି ନ ଥିଲେ। ଫଳରେ ଷ୍ଟେସନରେ ଉପସ୍ଥିତ ଲୋକେ ଟେକା ପଥର ମାଡ କରିଥିଲେ। ଲୋକେ ଟେକା ପଥର ମାଡ କରୁଥିବା ବେଳେ ପୋଲିସକୁ ଭିଡ ନିୟନ୍ତ୍ରଣ ପାଇଁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।
Powered by Froala Editor