ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାମାୟଣ’ର ରାମ

ପ୍ରୟାଗରାଜ : ମହାକୁମ୍ଭରେ ପହଞ୍ଚି ଅରୁଣ ଓ ତାଙ୍କ ପତ୍ନୀ ଶ୍ରୀଲେଖା ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି । ଅରୁଣ ସୋସିଆଲ୍ ମିଡିଆରେ ଫଟୋ ସେୟାର କରି ସନାତନ ଧର୍ମ ଓ ସଂସ୍କୃତି ବିଷୟରେ ଲେଖିଛନ୍ତି। ପ୍ରୟାଗରାଜ ‘ରାମାୟଣ’ରେ ରାମ ଭୂମିକାରେ ଲୋକଙ୍କ ମନରେ ରାଜ୍ କରୁଥିବା ଅରୁଣ ଗୋଭିଲଙ୍କୁ ସମସ୍ତେ ଜାଣନ୍ତି। ୧୯୮୭ ମସିହାରେ ରାମାନନ୍ଦ ସାଗରଙ୍କ‘ରାମାୟଣ’ରେ ମୁଖ୍ୟ ଭୂମିକା ନିଭାଇ ସେ ଘରେ ଘରେ ପରିଚିତ ଥିଲେ। ଦର୍ଶକଙ୍କ ମନରେ ଆଜି ବି ସେ ଭଗବାନ ରାମଙ୍କ ପରିଚୟ ନେଇ ରହିଛନ୍ତି। ସେଥିପାଇଁ ସେ ଯୁଆଡ଼େ ବି ଯାହାନ୍ତି ତାଙ୍କୁ ରାମଙ୍କ ନାମରେ ଲୋକେ ସମ୍ବୋଧନ କରନ୍ତି। ତ୍ରିବେଣୀ ସଂଗମରେ ସ୍ନାନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ମାଆ ଗଙ୍ଗା, ଯମୁନା ଓ ସରସ୍ବତୀ ସଭିଙ୍କ କଲ୍ୟାଣ କରନ୍ତୁ ବୋଲି ସେ ଲେଖିଛନ୍ତି।
Powered by Froala Editor