ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ପାଇଁ ୨୦ରୁ ଟ୍ରାଏଲ୍ ରନ୍
ଭୁବନେଶ୍ୱର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଟ୍ରାଏଲ୍ ରନ୍ ହେବ। ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ। ଯେଉଁମାନେ ପରିବାର ସହ ଯାଇ ଦର୍ଶନ କରିବାକୁ ଚାହିଁବେ, ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମନ୍ତ୍ରୀ କହିଛନ୍ତି ଯେ ଏହି ଧାଡ଼ି ଦର୍ଶନର ଉଦ୍ଦେଶ୍ୟ ହେଉଛି ଯେମିତି କେହି ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ନହୁଅନ୍ତି। ଠିକ୍ ସେହିପରି ଅନ୍ନ ଯଜ୍ଞର ବ୍ୟବସ୍ଥା ମଧ୍ୟ କରାଯାଉଛି। ଯେଉଁମାନେ ଶ୍ରୀମନ୍ଦିରକୁ ଆସିବେ ସେମାନେ କିପରି ମହାପ୍ରଭୁଙ୍କ ମହାପ୍ରସାଦ ଟିକେ ପାଇବେ। ତାହା ପୁଣି ଶହେ ଟଙ୍କାରେ। ସେଦିଗରେ ବି ବିଚାରବିମର୍ଶ ଚାଲିଛି।
Powered by Froala Editor