ଶୌଚ ପାଇଁ ଯାଇଥିଲେ, ଚକଟି ଦେଲା ହାତୀ
ବାରିପଦା: ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ମୃତ ବ୍ୟକ୍ତି ଜଣକ ମୟୂରଭଞ୍ଜ ଶ୍ୟାମା ବ୍ଲକର ଦାଡଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ଦାଡଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ ଶନିବାର ସକାଳେ ବିଲକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ହାତୀ ତାଙ୍କୁ ଆକ୍ରମଣ କରି ଦଳି ଚକଟି ଦେଇଥିଲା । ଫଳରେ ସେ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Powered by Froala Editor