ଆଶନାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ଅରମାନ
ବିବାହ ବନ୍ଧନରେ ବାନ୍ଧି ହେଲେ କଣ୍ଠଶିଲ୍ପୀ ଅରମାନ ମଲିକ୍ ଓ ତାଙ୍କ ପ୍ରେମିକା ତଥା ଫ୍ୟାଶନ ଇନଫ୍ଲୁଏନସର ଆଶନା ଶ୍ରଫ। ବିବାହରେ ଆଶାନା ଲୋକପ୍ରିୟ ଡିଜାଇନର ମନୀଷ ମଲହୋତ୍ରୋଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବା ଲେହେଙ୍ଗା ପିନ୍ଧିଥିବା ବେଳେ ଅରମାନ କୂର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛି।
ବଲିଉଡର ଲୋକପ୍ରିୟ ଗାୟକ ଅରମାନ ମଲିକ ଲୁକ୍ ଓ କଣ୍ଠ ପାଇଁ ଅନେକ ଯୁବତୀଙ୍କ ହୃଦୟ ଉପରେ ରାଜ କରୁଥିଲେ। ୨୦୧୭ରେ ଅରମାନ ଏବଂ ଫ୍ୟାଶନ ଇନଫ୍ଲୁଏନସର ଆଶନା ପରସ୍ପରକୁ ଡେଟ୍ କରୁଥିବା ବେଳେ ପରେ ସେମାନଙ୍କର ବ୍ରେକଅପ ହୋଇଥିଲା। ହେଲେ ୨୦୧୯ରେ ପୁଣି ଥରେ ଅରମାନ ଏବଂ ଆଶନା ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ସେବେଠାରୁ ଦୁହେଁ ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିବା ବେଳେ ଇନଷ୍ଟାରେ ପରସ୍ପରର ଫଟୋ ସେୟାର କରିଥିଲେ। ୨୦୨୩ରେ ଅରମାନ ଆଶନା ଶ୍ରଫଙ୍କୁ ନିର୍ବନ୍ଧ କରିଥିଲେ।
ଦୁହେଁ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପରେ ବିବାହ ଖବର ସାମ୍ନାକୁ ଆସିଛି। ଫଟୋ ସେୟାର କରି ଅରମାନ ଲେଖିଛନ୍ତି, ତୁମେ ହିଁ ମୋ ଘର। ବିବାହର ଫଟୋ ସେୟାର କରିବା ପରେ ଏବେ ଦୁହିଁଙ୍କୁ ପ୍ରଶଂସକ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି।
Powered by Froala Editor