ବିବାହର ୧୫ ବର୍ଷ ପରେ ଅଲଗା ହେବେ ଅମିର-କିରନ
ବିବାହର ୧୫ ବର୍ଷ ପରେ ବଲିଉଡ୍ ଅଭିନେତା ଅମିର୍ ଖାନ୍ ଓ ପତ୍ନୀ କିରନ୍ ରାଓ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ଶନିବାର ଜାରି କରିଥିବା ଏକ ବୟାନରେ ଦୁହେଁ ଏନେଇ ସୂଚନା ଦେଇଛନ୍ତି । ବୟାନରେ କହିଛନ୍ତି ଯେ, "ଏହି ୧୫ ବର୍ଷରେ ଆମେ ସାଥୀ ହୋଇ ପୂରା ଜୀବନର ହସ ଓ ଖୁସିକୁ ଅନୁଭବ କରିଛୁ । ଆମ ଦୁହିଁଙ୍କର ସମ୍ପର୍କ ବିଶ୍ୱାସ, ସମ୍ମାନ ଏବଂ ଭଲ ପାଇବା ଦ୍ୱାରା ବଢ଼ିଛି । ଏବେ ଆମେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ। କିଛି ଦିନ ପୂର୍ବରୁ ଏ ସମ୍ପର୍କରେ ଆମେ ଚିନ୍ତା କରିଥିବା ବେଳେ ଏବେ ଏହାକୁ ଔପଚାରିକ ରୂପ ଦେବା ସହଜ ହୋଇଯାଇଛି । ଆମେ ଅଲଗା ରହିଲେ ବି ବିସ୍ତାରିତ ଭାବେ ପରିବାର ଭାବେ ଶେୟାର କରିବୁ' ।
ଏବେ ସେମାନେ ଆଉ ପତ୍ନୀ ପତି ହୋଇ ରହିବ ନାହିଁ । ଭିନ୍ନ ଭିନ୍ନ ଜୀବନ ଅତିବାହିତ କରିବେ । ଏହି ଖବର ଏବେ ତାଙ୍କ ପ୍ରଶଂସକଙ୍କ ମନରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ଡିଭୋର୍ସ ହେବା ପରେ ଏମାନଙ୍କ ବ୍ୟବସାୟ ଏକାଠି ଚଲାଇବା ସହ ପିଲାର ପାଳନ ମଧ୍ୟ ଉଭୟ ମିଶି କରିବେ ବୋଲି ଏମାନେ କହିଛନ୍ତି ।
ଏମାନଙ୍କର ଗୋଟିଏ ପୁଅ ଆଜାଦ ଥିବା ବେଳେ ଉଭୟ ମିଶି ତା'ର ଲାଳନ ପାଳନ କରିବେ କାରଣ ଆଜାଦ ପାଇଁ ସେମାନେ ସମର୍ପିତ ମାତାପିତା ବୋଲି କହିଛନ୍ତି । ଏହାସହ ଫିଲ୍ମ, ପାଣି ଫାଉଣ୍ଡେଶନ ଓ ଅନ୍ୟ ପରିଯୋଜନାରେ ବି ମଳିମିଶି କାମ କରିବେ ବୋଲି କହିଛନ୍ତି ।
Powered by Froala Editor