୬ ମହଲା କୋଠା ଭୁଶୁଡି ୪ ଜଣଙ୍କ ମୃତ୍ୟୁ
ପଞ୍ଜାବର ମୋହାଲିରେ ୬ ମହଲା କୋଠା ଭୁଶୁଡି ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଏହା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। କୋଠାର ତଳ ମହଲାରେ ଏକ ଜିମ୍ ସେଣ୍ଟର ଥିଲା। ଏହାତଳୁ ୪ ଜଣଙ୍କ ମୃତଦେହ କରାଯାଇଛି।
କୁହାଯାଉଛି, ଖନନ ଚାଲିଥିବା ନିକଟସ୍ଥ କୋଠାରେ କାମ ଚାଲିଥିଲା। ଏହି କାରଣରୁ କୋଠା ଭୁଶୁଡି ପଡ଼ିଛି। ଅଘଟଣରେ ଭୁଶୁଡ଼ିଥିବା କୋଠା ତଳେ ଅତି କମରେ ୭ରୁ ୮ଜଣ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ତେବେ ଘଟଣାସ୍ଥଳରେ ତୁରନ୍ତ ଏନଡିଆରଏଫ୍, ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କୋଠାର ଭଗ୍ନାଂଶକୁ ବାହାର କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଦୁର୍ଘଟଣା ସ୍ଥଳର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜେସିବି ମେଶିନ ନଜର ଆସିଛି। ଏଠାରୁ ଆବର୍ଜନା ହଟାଇବା ପାଇଁ କାର୍ଯ୍ୟ ଚାଲିଛି। ଚତୁଃପାର୍ଶ୍ୱରେ ଅନେକ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ନିକଟରେ ଏକ ବେସ୍ମେଣ୍ଟ ଖୋଳା ଯାଉଥିବା ବେଳେ କୋଠାଟି ଭୁଶୁଡି ପଡିଥିଲା। ସୋହନା ଗାଁର ପୂର୍ବତନ ସରପଞ୍ଚ ପରବିନ୍ଦ ସିଂ ସୋହନା କହିଛନ୍ତି, ଘଟଣା ସମୟରେ ଜିମ୍ ନଷ୍ଟ ହୋଇଯାଇଥିଲା ଏବଂ କିଛି ଯୁବକ ଜିମ୍ରେ ଥିଲେ।
Powered by Froala Editor