କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ଚଢ଼ଉ
ଭୁବନେଶ୍ୱର: ବିଶ୍ୱ ଏନଜିଓ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ ଧରଣର ଚଢ଼ଉ କରାଯାଇଛି। ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ରେଡ୍ କରାଯାଇଛି। ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାଯାଇଛି।
ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ ବିଶ୍ୱ ଏନଜିଓର ଫାଉଣ୍ଡର ଥିଲେ। ତାଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରଯାଇଥିବା ସୂଚନା ରହିଛି। ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ୟ୍ୟାଳୟ ସମେତ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଦିଲ୍ଲୀରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ ଚାଲିଥିବା ଜଣାଯାଇଛି। ପୂର୍ବରୁ ମଧ୍ୟ ବିଶ୍ୱ ଏନଜିଓରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୩ ଥର ଚଢ଼ାଉ କରାଯାଇଛି। ଏଥିସହ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା।
Powered by Froala Editor