ବିକ୍ଷୋଭ ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ ମହୁମାଛି
ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘର ଆଗରେ କଂଗ୍ରେସ ପକ୍ଷରୁ ସୋମବାର ବିକ୍ଷୋଭ କରାଯିବାବେଳେ ବିନ୍ଧିଛି ମହୁମାଛି । ବହୁ ସଂଖ୍ୟାରେ ମହୁମାଛି ଗୋଡ଼ାଇ ଗୋଡ଼ାଇ କାମୁଡ଼ିଛନ୍ତି । ଯାହାକୁ ନେଇ ବିକ୍ଷୋଭକାରୀଙ୍କ ସହ ପୁଲିସକୁ ମଧ୍ୟ ନୟାନ୍ତ ହେବାକୁ ପଡ଼ିଛି । ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧି ବି ନୟାନ୍ତ ହୋଇଛନ୍ତି । ମହାମାଛି ଆକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତେ ତଳେ ଶୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ମହୁମାଛି ଆକ୍ରମଣ ପ୍ରୟୋଜିତ ଥିଲା ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ପ୍ରକାଶ ଯେ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘର ଆଗରେ କଂଗ୍ରେସ ପକ୍ଷରୁ ସୋମବାର ବିକ୍ଷୋଭ କରାଯାଇଛି ।ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ଆଗରେ ଯୁବ କଂଗ୍ରେସ କର୍ମୀ ବିକ୍ଷୋଭ କରିଛନ୍ତି । ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ଗିରଫ କରାଯିବା ଦାବିରେ ଏହି ବିକ୍ଷୋଭ କରାଯାଇଛି ।
Powered by Froala Editor