ବନ୍ଦ ହେବନି ଉକ୍ରଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ : ଅରୁଣ ସାହୁ
ବର୍ତ୍ତମାନ ବାଣୀବିହାର ହଷ୍ଟେଲ ବନ୍ଦ ହେବ ନାହିଁ । ବର୍ତ୍ତମାନ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ । ପରବର୍ତ୍ତୀ କାଳରେ କରୋନା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ହଷ୍ଟେଲ ଖୋଲା ରହିବା ନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ବର୍ତ୍ତମାନ ବାଣୀବିହାର ହଷ୍ଟେଲ ବନ୍ଦ ହେବ ନାହିଁ । ଆଗକୁ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ପିଲାମାନଙ୍କୁ ପଢିବାକୁ ସୁଯୋଗ ଦେବାକୁ ହଷ୍ଟେଲଗୁଡିକ ଖୋଲା ରହିବ । ଏବେ କରୋନା ଗାଇଡଲାଇନ୍ ମାନି ରହିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣା ସାହୁ କହିଛନ୍ତି ।’
ଏହିଠାରେ ସୂଚନା ଯେ ୧୨ ଓ ୧୬ ତାରିଖରେ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ନିଷ୍ପେତ୍ତିୁକ ବିରୋଧ କରି ବାଣୀବିହାରର ଅନେକ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ ଓ ହଷ୍ଟେଲ ବନ୍ଦକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ସେମାନେ ବିକ୍ଷୋଭ କରିବା ସହ ଏନଏଚ ଅବରୋଧ କରିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ହଷ୍ଟେଲ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ବିଏମସି ନିର୍ଦେଶରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବନ୍ଦ ନିଷ୍ପତ୍ତି ନେଇଥିଲେ । ଯାହାକୁ ବିରୋଧ କରି ଅନେକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ତେବେ ବିଶ୍ୱବିଦ୍ୟାଳୟର ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟିଥିଲେ ଛାତ୍ରଛାତ୍ରୀ ,ଏହାପରେ ମନ୍ତ୍ରୀ ଶ୍ରୀ ସାହୁ ହଷ୍ଟେଲ ବନ୍ଦ ହେବ ନାହିଁ ବୋଲି କହିଥିଲେ ।