ଗୋଡ଼େଇ ଗୋଡ଼ଇ ଦଂଶୁଛନ୍ତି ମହୁମାଛି, ହଷ୍ଟେଲ୍ ଛାଡ଼ିଲେ ୬୦ ଛାତ୍ର

ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଖମାର ଉ+ଳମଣି ଗୋପବନ୍ଧୁ ହାଇସ୍କୁଲ ପରିସରରେ ମହୁମାଛି ଆତଙ୍କ ଖେଳିଯାଇଛି । ମହୁମାଛି ଦଂଶନରେ ୪୦ରୁ ଊର୍ଦ୍ଧ ହଷ୍ଟେଲ ଛାତ୍ର, ଅଭିଭାବକ ଓ ଶିକ୍ଷକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ହାଇସ୍କୁଲ ପରିସରରେ ଏକ ବିରାଟ ବରଗଛ ରହିଛି । ସେଠାରେ ବଡ ମହୁଫେଣା ଝୁଲି ରହିଛି । ଛାତ୍ରାବାସରେ ଶତାଧିକ ଛାତ୍ର ରହୁଛନ୍ତି । ବରଗଛକୁ ଲାଗିଥିବା ଫାଟକ ଓ ପାନୀୟ ଜଳ ପ୍ରକଳ୍ପ ପାଖକୁ ଛାତ୍ର ଯିବା ଆସିବା କରନ୍ତି । ହେଲେ ଦୁଇ ଦିନ ହେଲା ମହୁମାଛି ବରଗଛ ପାଖ ଇଲାକାରେ ଆତଙ୍କ ଖେଳାଇଥିଲେ । ଯିଏ ଗଲା ତାଙ୍କୁ ଗୋଡାଇ ଦଶିଂଥିଲେ ।
ଗତ ରବିବାର ଓ ସୋମବାର ୩୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କ ସମେତ ଅଭିଭାବକ ଓ ହଷ୍ଟେଲ ପରିଚାଳକ ମହୁମାଛି ଦଂଶନରେ ଆହତ ହୋଇଥିଲେ । ଫଳରେ ୬୦ରୁ ଅଧିକ ଛାତ୍ର ହଷ୍ଟେଲ୍ ଛାଡ଼ି ଘରକୁ ପଳାଇଛନ୍ତି । ଯେଉଁ ଛାତ୍ର ହଷ୍ଟେଲରେ ରହୁଛନ୍ତି ମହୁମାଛି ଆକ୍ରମଣରୁ ବର୍ତ୍ତିବାକୁ କବାଟ, ଝରକା ବନ୍ଦ କରି ରହୁଛନ୍ତି ।
ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, ଖମାର ବନାଞ୍ଚଳ ଅଧିକାରୀ ଓ ଖମାର ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି । ମହୁଫେଣା ଭାଙ୍ଗିବାରେ ଯେଉଁମାନେ ଅଭିଜ୍ଞ ସେମାନଙ୍କୁ ଅଣାଗଲେ ସ୍କୁଲ ପରିସରରୁ ମହୁଫେଣାକୁ ହଟାଯିବ ।
ତେବେ ଯେପର୍ଯ୍ୟନ୍ତ ମହୁଫେଣା ନହଟା ଯାଇଛି ପିଲାଙ୍କୁ ହଷ୍ଟେଲ ଛାଡିବେ ନାହିଁ ବୋଲି ଅଭିଭାବକ କହିଛନ୍ତି । ଅନ୍ୟପଟେ ସ୍କୁଲ କର୍ମଚାରୀ ମଧ୍ୟ ସ୍କୁଲ୍ ଯିବାକୁ ମଙ୍ଗୁନାହାନ୍ତି ।
Powered by Froala Editor