ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

ବୁର୍ଲା : ବୁର୍ଲା ନେତାଜୀ କ୍ଳବ୍ ଦୁର୍ଗା ମଣ୍ତପ ପଛ ପଟୁ ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳର ପିଣ୍ଟୁ ସରକାର ଓରଫ ପିଙ୍କୁ ବୋଲି ଜଣାପଡିଛି। ଏହି ଘଟଣା ସମ୍ପର୍କରେ ନେତାଜୀ କ୍ଲବ ସଭାପତି ବିଭୀଷଣ ଭିସାର ଅବଗତ ହେବା ପରେ ତୁରନ୍ତ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ। ଏହାପରେ ଗଣମାଧ୍ୟମ ପ୍ରତିନିଧି ବୁର୍ଲା ଥାନାଧିକାରୀ ଅନିଲ କୁମାର ପ୍ରଧାନଙ୍କୁ ଅବଗତ କରିଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor