ମିନତୀ ବେହେରା ମହିଳା କମିଶନ ଅଧ୍ୟକ୍ଷା ପଦରୁ ପଦଚ୍ୟୁତ
ଭୁବନେଶ୍ଵର : ମହିଳା କମିଶନ ଅଧ୍ୟକ୍ଷା ପଦରୁ ପଦଚ୍ୟୁତ ହେଲେ ମିନତୀ ବେହେରା । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ମିନତୀଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଥିଲା। କାରଣ ଦର୍ଶାଅ ନୋଟିସର ଉତ୍ତର ପରେ ତାଙ୍କୁ ପଦରୁ ଅପସାରଣ କରାଯାଇଛି । କାରଣ ଦର୍ଶାଅ ଚିଠିର ଉତ୍ତରରେ କିନ୍ତୁ ସରକାର ଖୁସି ନାହାନ୍ତି। ସନ୍ତୋଷଜନକ ଉତ୍ତର ନମିଳିବାରୁ ମିନତୀଙ୍କୁ ପଦରୁ ଅପସାରଣ କରାଯାଇଛି । ୨୩ ତାରିଖରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଏବଂ ଅନ୍ୟ ୪ ଜଣ ସଦସ୍ୟାଙ୍କୁ ମୋହନ ସରକାର ବରଖାସ୍ତ କରିଥିଲେ। କିନ୍ତୁ ତା ପରେ ମଧ୍ୟ ମିନତୀ ବେହେରା ପଦ ଛାଡୁନଥିଲେ। ପ୍ରତ୍ୟେକ ଦିନ ଅଫିସ ଆସିବା ସହ ଅଫିସ କାମ କରୁଥିଲେ। ଏପରିକି ବରଖାସ୍ତ ନେଇ ସେ କିଛି ଜାଣିନଥିବା ଗଣମାଧ୍ୟମକୁ କହିଥିଲେ। ତେବେ ଆଜି ତାଙ୍କୁ ପଦଚ୍ୟୁତ କରାଯାଇଥିବା ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Powered by Froala Editor