ଆଜିଠୁ ଆରମ୍ଭ ହେବ ୧୪ଦିନ ମାସ୍କ ଅଭିଯାନ , ମାସ୍କ ନ ପିନ୍ଧିଲେ ୨ ଗୁଣା ଜୋରିମାନା : ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଓଡିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି | ଓଡିଶାବାସୀଙ୍କୁ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ନିଜ ସମ୍ବୋଧନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ଏକବର୍ଷରୁ ଅଧୁକ ସମୟ ଧରି ସାରା ବିଶ୍ୱ ଏକ ଅସାଧାରାଣ ପରିସ୍ଥିତି ଦେଇ ଗତି କରୁଛି । ମାନବ ଇତିହାସରେ ଏଭଳି ସଙ୍କଟ ନିକଟ ଅତିତରେ କେବେ ଆସିନଥିଲା ।
କୋଭିଡ୍ ସଂକ୍ରମଣର ପ୍ରଥମ ଲହର ସମୟରେ ଜନ ସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଓ କୋଭିଡ୍ ଯୋଦ୍ଧାମାନଙ୍କର ଅସୀମ ତ୍ୟାଗ ଓ ସେବା ଯୋଗୁଁ ଆମେ ଅନେକ ଜୀବନ ରକ୍ଷା କରିପାରିଥିଲେ । ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ଥିଲା ।
କୋଭିଜ୍ର ପ୍ରଥମ ଲିହର ସମୟରେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା । ବାରମ୍ବାର ଲଡାଉନ୍ ସଡାଉନ୍ କରିବାକୁ ପଡ଼ିଥିଲା । ଲଭରେ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବାଣିଜ୍ୟ ବ୍ୟମସାୟ କ୍ଷତିରେ ଚାଲିଥିଲା । ଗରିବ ଲୋକଙ୍କ ରୋଜଗାର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିଲା । ସାମାଜିକ ଜୀବନ ମଧ୍ୟ ପ୍ରଭାବିତ ହୋଇଥିଲା । ଏବେ କୋଭର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହେଲାଣି । ଏହା ବହୁତ ଶୀଘ୍ର ବ୍ୟାପୁଛି । ଆମ ଦେଶର ଅନେକ ରାଜ୍ୟରେ ଲଡାଉନ୍ ସଡାଉନ୍ ନାଇଟ୍ କହୁଁ ଆରମ୍ଭ ହୋଇଗଲାଣି । କିନ୍ତୁ ଆମେ ଯଦି କୋଭିଜ୍ ନିୟମ ମାନିବା ପାସ୍କ ଠିକ୍ ଭାବରେ ପିନ୍ଧିବା ତେବେ ବିନା ଲଡାଉନରେ କରୋନା ସଂକ୍ରମଣକୁ ରୋକିପାରିବା ।
ଏଥିପାଇଁ ଆଜିଠାରୁ ଚଉଦ ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ମିଶି ମାସ୍କ ଅଭିଯାନ ଆରମ୍ଭ କରିବା । ଚଉଦ ଦିନ ଯଦି ଆମେ କୌଣସି ନିୟମକୁ କଡ଼ାକଡ଼ିଭାବରେ ପାଳନ କରିବା ତେବେ ତାହା ସବୁଦିନ ପାଇଁ ଏକ ଅଭ୍ୟାସରେ ପରିଣତ ହୋଇଯିବ । ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍ ଭାବରେ ମାସ୍କ ପିନ୍ଧିବା । ବେକରେ ଝୁଲାଇକରି ନୁହେଁ । ପୁରା ନାକ ଓ ମୁହଁକୁ କଭର କରି ପିନ୍ଧିବା । ବିନା ମାସ୍କରେ କେବେବି ଘରୁ ବାହାରିବା ନାହିଁ । ତେବେ ଯାଇ ଆମେ କରୋନାକୁ ଜିତିପାରିବା ।
ଏଥିପାଇଁ ମା’ ମାନଙ୍କୁ ମୋର ବିଶେଷ ଅନୁରୋଧ ଆପଣଙ୍କ ପରିବାରର ଲୋକମାନେ ବିଶେଷ କରି ପିଲାମାନେ ଯେତେବେଳେ ବି ବାହାରକୁ ଯାଉଛନ୍ତି, ସେତେବେଳେ ସେମାନେ ଯେପରି ଠିକ୍ ଭାବରେ ମାସ୍କ ପିନ୍ଧିବେ ସେଥିପାଇଁ ଆପଣ ଧାନ ଦିଅନ୍ତୁ । ମା’ ମାନେ ସତର୍କ ହେଲେ କରୋନା କେବେବି ଆମ ଘର ଭିତରକୁ ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତ । ମା'ମାନେ ଘରେ ଜଗନ୍ତୁ ।
ଆପଣ କୁହନ୍ତୁ କିଛି ଲୋକଙ୍କ ଅବହେଳା ପାଇଁ ସାରା ସମାଜ କାହିଁକି ଲକ୍ ଡାଉନ୍ ଭଳି ପରିସ୍ଥିତିର ସମ୍ମୁଖୀନ ହେବ ? ମାସ୍କ ଠିକ୍ ଭାବରେ ନପିନ୍ଧି ବାହାରକୁ ଆସୁଥିବା ଲୋକଙ୍କଠାରୁ ଜରିମାନା ନିଶ୍ଚୟ ଆଦାୟ କରିବା ପାଇଁ ମୁଁ ପୋଲିସ୍ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ମାୟ ନପିନ୍ଧିଲେ ଏବେ ଦୁଇଗୁଣ କରିମାନା ଆଦାୟ କରିବା ପାଇଁ ସରକାର ନିଷ୍ଠଭି ନେଇଛନ୍ତି ।
ମାସ୍କ ହିଁ ବର୍ତମାନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କବଚ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ । ଯେଉଁମାନେ ଟିକା ନେଇଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧନ୍ତୁ । ତା'ହେଲେ ଯାଇ ଆମେ ବିନା ଲଡାଉରେ କରୋନାକୁ ରୋକି ପାରିବା । ଲକଡାଉନ୍ ନେଗେଟିଭ ଇମ୍ପାକ୍ଟକୁ ପ୍ରତିହତ କରିପାରିବା । ଯଦି ଆପଣ ଚାହାନ୍ତି ଆପଣଙ୍କ ରୋଜଗାର ବନ୍ଦ ନହେଉ, ଆପଣଙ୍କ ଜୀବିକା ଠିକ୍ ଭାବରେ ଚାଲୁ ତେବେ ଆପଣଙ୍କୁ ନିଶ୍ଚୟ ପାସ୍କ ପିନ୍ଧିବାକୁ ପଡ଼ିବ ।
ଏବେ କରୋନାର ଦ୍ବିତୀୟ ଲହର ଚାଲିଛି । କେତେକ ଦେଶରେ ତୃତୀୟ ଲହର ମଧ୍ୟ ଆରମ୍ଭ ହେଲାଣି । ତେଣୁ ଆଗକୁ କରୋନାର କେତେ ଲହର ଆମକୁ ମୁକାବିଲା କରିବାକୁ ହେବ ତାହା କେହି ଜାଣିନାହାନ୍ତି । ତେଣୁ ଆମେ ଆମର ଜୀବନ ଶୈଳୀରେ ଯଦି ଏକ ଛୋଟିଆ ପରିବର୍ତ୍ତନ ଆଣିପାରିବା ମାଛି ଆମର ୧୪ କରିପାରିବ ତେବେ ଆମେ ବିନା ଲକଡାଉନ୍ ରେ କରୋନା ବିପଦରୁ ରକ୍ଷା ପାଇପାରିବା । ଆପଣଙ୍କ ସହଯୋଗ ହିଁ ଆମକୁ ଏ ଯୁଦ୍ଧରେ ବିଜୟୀ କରିପାରିବ ।