ଡ୍ୟୁଟି ସମୟରେ ମଦ ପିଇ ଏସଆଇ ନିଲମ୍ବିତ

କେନ୍ଦ୍ରାପଡା: ଡ୍ୟୁଟି ସମୟରେ କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗର ଏସଆଇ ମଦ ପିଇ କରୁଥିଲେ ମଜଲିସ୍ ଭିଡିଓ ଭାଇରାଲ ହେବା ପରେ ଚାକିରିରୁ ସସପେଣ୍ଡ କରାଯାଇଛି । ଖାକି ପୋଷାକ ପିନ୍ଧି ମଦ ପିଉଥିବା ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଏସଆଇ ସରୋଜ କୁମାର ବାଗ ଢକଢକ କରି ନିଜ ତୃଷା ମେଣ୍ଟାଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସିଛି ରାଜ୍ୟ ସରକାରଙ୍କ ପୋଲିସ ବିଭାଗ । ମିଳିଥିବା ସୂଚନା ଅନୁସାରେ ସସ୍ପେଣ୍ଡ ହୋଇଥିବା ଅବକାରୀ ଏସ୍ଆଇ ଶ୍ରୀ ବାଗ୍ ଉଭୟ କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ଅବକାରୀ ଚାର୍ଜ ଅଫିସର ଦାୟିତ୍ୱରେ ଥିଲେ । ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, ସେ ବସିଥିବା ଟେବୁଲ ପାଖରେ ପାଣି ବୋତଲ ଓ ମଦ ଭର୍ତ୍ତି ଗ୍ଲାସ ରହିଛି । ଆଉ ମଦ ଗ୍ଲାସ୍କୁ ହାତରେ ଧରି ସେ ଆଖି ବୁଜି ଢକ୍ ଢକ୍ କରି ପିଇ ଚାଲିଛନ୍ତି ।
Powered by Froala Editor