କୋଭିଡ୍ ନେଲା ଆଉ ଜଣେ ଯୋଦ୍ଧାଙ୍କ ଜୀବନ, କରୋନାରେ ଡାକ୍ତର ସ୍ନେହାଶିଷ ଗିରିଙ୍କ ପରଲୋକ
ଫୁଲବାଣୀ: ମହାମାରୀ କରୋନା ପୁଣି ଜଣେ ଆଗଧାଡ଼ି ଯୋଦ୍ଧାଙ୍କ ଜୀବନ ନେଇଛି । ସେ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାରେ କାର୍ଯ୍ୟରତ ଆୟୁଷ ଡାକ୍ତର ସ୍ନେହାଶିଷ ଗିରି । କୋଭିଡ୍ରେ ଆକ୍ରାନ୍ତ ହେବା ପରେ ପ୍ରଥମେ ସେ ହୋମ୍ ଆଇସୋଲେସନରେ ଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।
ତାଙ୍କ ମୃତ୍ୟୁରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସମେତ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶୋକ ପ୍ରକାଶ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଜିଲ୍ଲାପାଳ ଡା. ବୃନ୍ଦା ଡି, ଆରକ୍ଷୀ ଅଧୀକ୍ଷକ ଭିନୀତ ଅଗ୍ରୱାଲ, ସିଡିଏମଓ ଡା. ରାଜଶ୍ରୀ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । କଟକ ପୁଲିସ ପକ୍ଷରୁ ଡା. ଗିରିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।
Powered by Froala Editor