ସ୍କୁଲ ବସକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୧୦ ଆହତ

କଟକ: ସ୍କୁଲ ବସକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୧୦ ଛାତ୍ରୀ ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଖାନନଗର ଟ୍ରାଫିକ୍ ଛକରେ। ଆଜି ସକାଳୁ ଘରୋଇ ଶିକ୍ଷାନୁଷ୍ଠାନର ଏକ ସ୍କୁଲ ବସ୍ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍କୁଲ ଯାଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୧୦ରୁ ଅଧିକ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଯାତ୍ରୀବାହୀ ବସଟି ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Powered by Froala Editor