ଧନ୍ବନ୍ତରୀ ଜୟନ୍ତୀ: ଦେଶର ବିଭିନ୍ନ ସ୍ଥାନରେ ସ୍ଵାସ୍ଥ୍ୟ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ଵର: ଆଜି ଧନ୍ବନ୍ତରୀ ଜୟନ୍ତୀ ତଥା ନବମ ଆୟୁର୍ବେଦ ଦିବସ ଅବସରରେ ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ସ୍ଵାସ୍ଥ୍ୟ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଜଟଣୀଠାରେ ୨୧ ଏକର ଜମିରେ ଆୟୁର୍ବେଦ ଓ ନେଚରପାଥି ହସ୍ପିଟାଲର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ଵର ଉପକଣ୍ଠ ଗୋଠପାଟଣାରେ ସେଣ୍ଟ୍ରାଲ ଅକ୍ସ ଟେଷ୍ଟିଂ ୟୁନିଟ୍ ଏବଂ ବରଗଡରେ କ୍ରିଟିକାଲ ହେଲଥ୍ କେୟାର ୟୁନିଟର ଉଦଘାଟନ କରିବେ ମୋଦୀ। ବରଗଡ ମୁଖ୍ୟ ଚିକିତ୍ସାଳୟ କ୍ୟାମ୍ପସରେ ନବ ନିର୍ମିତ ୫୦ ଏକର ବିଶିଷ୍ଟ ଏହି କ୍ରିଟିକାଲ ହେଲଥ୍ କେୟାର ସେଣ୍ଟରରେ ୧୦ଟି ଆଇସିୟୁ ବେଡ୍ ରହିଛି। ୧୮ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି। ଏହାର ଉଦଘାଟନ ପରେ ସାଧାରଣ ରୋଗୀ ମାନେ ବିଶେଷ ଭାବେ ଉପକୃତ ହେବେ ବୋଲି କୁହାଯାଉଛି। ସେପଟେ କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ ଆୟୁଷ୍ମାନ ଭାରତ ଯୋଜନା ଆଜିଠାରୁ ରାଜ୍ୟରେ କାର୍ଯ୍ୟକାରୀ ହେବ। ଓଡ଼ିଶା ସମେତ ଦେଶର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
Powered by Froala Editor