ଦୀପାବଳି ପାଇଁ ଗାଇଡଲାଇନ ସଂପର୍କରେ ସୂଚନା ଦେଲେ ଡିସିପି

ଦୀପାବଳି ପାଇଁ ଗାଇଡଲାଇନ ସଂପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ବାଣ ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେନି ଦୋକାନୀ । ରାଜଧାନୀ ଭୁବନେଶ୍ବରରେ ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବ । ପ୍ରତି ଦୋକାନରେ ୩୦୦ କେଜି ଭିତରେ ହିଁ ବାଣ ରହିପାରିବ |
ଏଥି ସହ ଡିସିପି ରାଜଧାନୀ ବାସୀଙ୍କୁ ସାର୍ଟିଫାଏଡ ବାଣ କିଣିବାକୁ ରାଜଧାନୀ ବାସୀଙ୍କୁ ଅପିଲ କରିଛନ୍ତି । ଡିସିପି ସୂଚନା ଦେଇଥିଲେ ଯେ ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଛି । ସେଥିରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି । ଦୋକାନ ମାନଙ୍କ ମଝିରେ ଅତିକମରେ ୩ମିଟର ଦୂରତା ରହିବ । ସେହିପରି ଦୋକାନ ଆଗରେ ଫାଙ୍କା ସ୍ଥାନ ରହିବ । ଗାଇଡ଼ ଲାଇନ ଅନୁଯାଇ ବାଣ ଦୋକାନ କରିବାକୁ ଦୋକାନୀଙ୍କୁ ନିର୍ଦେଶ ଦିଆଯାଇଛି।
Powered by Froala Editor