ବାନ୍ଦ୍ରା ରେଲଓ୍ବେ ଷ୍ଟେସନରେ ଦଳାଚକଟା

ଆଜି ସକାଳୁ ମହାରାଷ୍ଟ୍ରର ବାନ୍ଦ୍ରା ରେଲଓ୍ବେ ଷ୍ଟେସନରେ ଏକ ଦୁଖଦ ଘଟଣା ଘଟିଯାଇଛି । ରବିବାର ୧ ନମ୍ବର ପ୍ଲାଟଫର୍ମରେ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଛି । ଏହି ଘଟଣାରେ ୯ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ବାନ୍ଦ୍ରା ଟର୍ମିନାସ୍ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଟ୍ରେନରେ ଚଢୁଥିବା ସମୟରେ ଯାତ୍ରୀଙ୍କ ଭିଡ଼ ବୃଦ୍ଧି ଯୋଗୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ବାନ୍ଦ୍ରା-ଗୋରଖପୁର ଟ୍ରେନରେ ଯାତ୍ରୀ ଚଢ଼ିବା ସମୟରେ ଏହି ଘଟଣା ଘଟିଥିଲା।
ବିଏମସି ସୂଚନା ଦେଇଛି ଆହତଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା ସ୍ଥିର ରହିଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବୋଲି କୁହାଯାଉଛି। ଆହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି।
Powered by Froala Editor