ଝାଡ଼ଖଣ୍ଡ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ ଧୋନୀ
ଚଳିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବଡ଼ ଦାୟିତ୍ୱ ମିଳିଛି । ଧୋନିଙ୍କୁ ଏହି ନିର୍ବାଚନ ପାଇଁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରାଯାଇଛି। ନିର୍ବାଚନ ଅଧିକାରୀ ରବି କୁମାର କହିଛନ୍ତି, ‘ମହେନ୍ଦ୍ର ସିଂ ଧୋନୀ ତାଙ୍କ ଫଟୋଗ୍ରାଫର ବ୍ୟବହାର ପାଇଁ ନିର୍ବାଚନ ଆୟୋଗଙ୍କୁ ସମ୍ମତି ଦେଇଛନ୍ତି । ଅଧିକ ବିବରଣୀ ପାଇଁ ଆମେ ତାଙ୍କ ସହିତ ଯୋଗାଯୋଗରେ ଅଛୁ । ଭୋଟରଙ୍କୁ ଏକଜୁଟ କରିବା ପାଇଁ ସେ କାର୍ଯ୍ୟ କରିବେ।
ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ କେ.ରବି କୁମାର ଏନେଇ ସୂଚନା ଦେଇ କହିଛନ୍ତି, ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସଚେତନତା ଅଭିଯାନର ଅଂଶ ହେବେ। ନିର୍ବାଚନ ଆୟୋଗଙ୍କ ଭୋଟର ସଚେତନତା କାର୍ଯ୍ୟକ୍ରମରେ ଧୋନିଙ୍କ ଫଟୋ ମଧ୍ୟ ବ୍ୟବହାର କରାଯିବ। ଅଧିକରୁ ଅଧିକ ସଂଖ୍ୟାରେ ଭୋଟରଙ୍କୁ ମତଦାନ ସାବ୍ୟସ୍ତ କରିବାକୁ ଉତ୍ସାହିତ କରିବା ପାଇଁ ତାଙ୍କର ଯୋଗଦାନ ବେଶ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।
ନିର୍ବାଚନରେ ଭୋଟରଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଧୋନୀ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ କାର୍ଯ୍ୟକ୍ରମ ଅଧୀନରେ ଭୋଟରଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଦିଗରେ କାର୍ଯ୍ୟ କରିବେ। ବିଶେଷକରି ଯୁବ ଭୋଟରଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିବାକୁ ଧୋନୀଙ୍କ ଲୋକପ୍ରିୟତାର ସୁଯୋଗ ନେବାକୁ ନିର୍ବାଚନ ଆୟୋଗ ଚାହୁଁଛନ୍ତି ।
Powered by Froala Editor