କୁକୁର ବେକରେ ବେଲ୍ଟ ବାନ୍ଧିବାକୁ କହିବାରୁ ବୃଦ୍ଧାଙ୍କୁ ମାରିଲେ ଯୁବତୀ

ପୋଷା କୁକୁରକୁ ନେଇ ଦିଲ୍ଲୀର ନୋଏଡାରେ ମାରପିଟ ହୋଇଛି । ଦୁଇ ଯୁବତୀ ବୃଦ୍ଧ ଦମ୍ପତିଙ୍କୁ ମାଡ ମାରିବା ଅଭିଯୋଗ ହୋଇଛି । ଯୁବତୀ ଦୁଇ ଜଣ କୁକୁରକୁ ବୁଲାଇବା ପାଇଁ ବାହାରକୁ ଆଣିଥିବାବେଳେ ବୃଦ୍ଧ ଦମ୍ପତି ତାଙ୍କୁ କିଛି ପରାମର୍ଶ ଦେଇଥିଲେ । କୁକୁର ବେକରେ ବେଲ୍ଟ ବାନ୍ଧିବାକୁ କହିଥିଲେ । ବାସ୍ ଏତିକି କଥାରେ ରାଗି ତମତମ ହୋଇ ଉଠିଥିଲେ ଯୁବତୀମାନେ । ଏପରିକି ଜଣେ ଯୁବତୀ ବୃଦ୍ଧାଙ୍କୁ ହାତ ଉଠାଇ ମାରିଥିଲେ । ଯାହାର ଭିଡିଓ ଭାଇରାଲ ହେଉଛି । ଏନେଇ ଏତଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ |
ଭିଡିଓରେ ଦେଖାଯାଇଛି ଯେ, ପୋଷା କୁକୁରକୁ ବାହାରକୁ ବୁଲାଇବାକୁ ଆଣିଥିବା ୨ଯୁବତୀଙ୍କୁ କୁକୁର ବେକରେ ବେଲ୍ଟ ବାନ୍ଧିବାକୁ କହୁଛନ୍ତି ବୃଦ୍ଧ ଦମ୍ପତି। ଏହା ଶୁଣି ରାଗିଯିବା ସହ ଜଣେ ଯୁବତୀ ଝଗଡା କରିବା ଆରମ୍ଭ କରୁଛନ୍ତି । ଏମିତି ଗୋଟେ ଚାପୁଡ଼ା ମାରିବି...' ଏଭଳି କହି ସେ ପ୍ରଥମେ ବୃଦ୍ଧ ମହିଳାଙ୍କୁ ଚାପୁଡ଼ା ମାରିଦେଉଛନ୍ତି । ଏହା ଦେଖି ଉପସ୍ଥିତ ଲୋକେ ତାଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ସେ ବୃଦ୍ଧ ମହିଳାଙ୍କ ସ୍ୱାମୀଙ୍କୁ ଚାପୁଡ଼ା ମାରୁଛନ୍ତି । ଏହା ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଯୁବତୀଙ୍କୁ ଟାଣି ଟାଣି ଦୂରକୁ ନେଇଯାଉଛନ୍ତି ।
Powered by Froala Editor