ୱାୟନାଡରୁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା

ୱାୟନାଡ ଲୋକସଭା ସିଟ୍ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ପ୍ରିୟଙ୍କାଙ୍କ ନାମାଙ୍କନ ଦାଖଲ ବେଳେ ତାଙ୍କ ମା’ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି ଓ କଂଗ୍ରେସର ବହୁ ହେଭିୱେଟ ନେତା ଉପସ୍ଥିତ ଥିଲେ। ନିଜ ମା’ଙ୍କ ସହ ପ୍ରିୟଙ୍କା ଗତ ରାତିରେ ୱାୟନାଡରେ ପହଞ୍ଚିଥିଲେ। ସେଠାରେ ସେମାନେ ସ୍ଥାନୀୟ ଲୋକଙ୍କ ସହ ବହୁ ଚର୍ଚ୍ଚା ଓ ଆଲୋଚନା କରିଥିଲେ।
ଲୋକସଭା ଉପନିର୍ବାଚନ ପାଇଁ ୱାୟନାଡରୁ ନିଜର ପ୍ରଥମ ନିର୍ବାଚନ ମୁକାବିଲା ପାଇଁ ନାମାଙ୍କନ ଦାଖଲ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ସକାଳ ପ୍ରାୟ ୧୧ଟା ୪୫ରେ ୱାୟନାଡର କଲପେଟ୍ଟାରେ ବିଶାଳ ରୋଡ ଶୋରେ ସାମିଲ ହୋଇଥିଲେ।
ପ୍ରିୟଙ୍କା ଗାନ୍ଧୀ ଆଫିଡେବିଟରେ ୪ କୋଟି ୨୪ ଲକ୍ଷର ସଂପତ୍ତି ଘୋଷଣା କରିଛନ୍ତି। ତାଙ୍କ ପାଖରେ ୫୨ ହଜାର ଟଙ୍କା କ୍ୟାସ, ୨ କୋଟି ୨୪ ଲକ୍ଷର ମିଚ୍ୟୁଆଲ ଫଣ୍ଡ, ବ୍ୟାଙ୍କ ଖାତାରେ ୧୭ ଲକ୍ଷ ୩୮ ହଜାର ଟଙ୍କା, ଏକ ହୋଣ୍ଡା ସିଆରବି କାର, ଯାହାର ମୂଲ୍ୟ ୮ ଲକ୍ଷ ଟଙ୍କା ରହିଛି। ଏହାକୁ ତାଙ୍କ ସ୍ୱାମୀ ଉପାହର ଦେଇଥିଲେ। ଏହା ବ୍ୟତୀତ ୧ କୋଟି ୧୫ ଲକ୍ଷ ଟଙ୍କାର ସୁନା ଏବଂ ୨୯ ଲକ୍ଷର ରୂପା ମଧ୍ୟ ତାଙ୍କ ପାଖେ ରହିଛି।
Powered by Froala Editor