ଶ୍ରୀମନ୍ଦିର ପାଇଁ ଘିଅ ଦାମ୍ କମାଇଲା ଓମ୍ଫେଡ୍, ୫୪୩ ଟଙ୍କାରେ ଯୋଗାଇବ
ପୁରୀ ଶ୍ରୀମନ୍ଦିରରେ ଓମ୍ଫେଡ ଘିଅ ବ୍ୟବହାର ନେଇ ଆଇନ ମନ୍ତ୍ରୀଙ୍କ ସହିତ ବୈଠକ ହୋଇଯାଇଛି । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ପ୍ରତିଦିନ ୮-୧୦ ଟନ୍ ଘିଅ ଉତ୍ପାଦନ ହେଉଥିବା ବେଳେ ଶ୍ରୀମନ୍ଦିରରେ ୩-୪ ଟନ୍ ବ୍ୟବହାର ହେଉଛି । ଘିଅ ଦାମ୍ ବଜାରରେ ୭୨୦ ଟଙ୍କା ରହିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଲିଟର ପିଛା ୫୪୩ ଟଙ୍କାରେ ଯୋଗାଇ ଦିଆଯିବ ।
ରାଜ୍ୟରେ ପ୍ରତିଷ୍ଠିତ ଦେବାଦେବୀଙ୍କ ପାଖରେ ମଧ୍ୟ ଓମ୍ଫେଡ୍ ଘିଅ ବ୍ୟବହାର କରିବା ପାଇଁ ଆଲୋଚନା କରାଯାଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି।
ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ନିକଟରେ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଓମଫେଡକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଥିଲେ । ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର କରାଯିବ ବୋଲି ଓମଫେଡ ପରିଚାଳନା ନିର୍ଦ୍ଦେଶକ (ଏମଡି)ଙ୍କୁ ଚିଠି ଲେଖାଯାଇଥିଲା । ଏଥିସହିତ ଘିଅ ଦାମ୍ ହ୍ରାସ ପାଇ ନିଯୋଗ ଅନୁରୋଧ କରିଥିବା ନେଇ ପ୍ରଶାସକ ଜଣାଇଥିଲେ ।
Powered by Froala Editor