‘ବେବି ଟ୍ରାନ୍’ଙ୍କୁ ନେଇ ଖୁସି ଫେମ୍ ଫିଡ୍ରା ପିଣ୍ଟୋ, ଇନଷ୍ଟାରେ ଫଟୋ ସେୟାର କଲେ

ସ୍ଲମ୍ଡଗ୍ ମିଲେନିୟରରେ ଖୁବ୍ ପ୍ରଶଂସା ସାଉଁଟିଥିଲେ ଫେମ୍ ଫ୍ରିଡା ପିଣ୍ଟୋ । ଏହି ଅଭିନେତ୍ରୀ ଆଉ ଏକ ଖୁସି ଖବର ଦେଇଛନ୍ତି । ଗତବର୍ଷ କୋରି ଟ୍ରାନଙ୍କ ସହ ଫିଡ୍ରାଙ୍କ ନିର୍ବନ୍ଧ ହୋଇଥିଲା । ଏବେ ସେ ବେବି ବମ୍ପ ସହ ଇନଷ୍ଟାଗ୍ରାମରେ ଖୁସି ଖବର ସେୟାର କରିଛନ୍ତି । ଫଟୋ ଶେଆର କରି ଫ୍ରିଡ଼ା ଘରକୁ 'ବେବି ଟ୍ରାନ୍' ଆସିବାର ଅଛି ବୋଲି କ୍ୟାପସନ୍ ଦେଇଛନ୍ତି। ଏହି ଫଟୋ ଖୁବ୍ ଶୀଘ୍ର ଭାଇରାଲ ହେବା ସହ ଫ୍ରିଡାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।
ମୁମ୍ବାଇରେ ଜନ୍ମିତ ଭାରତୀୟ ଅଭିନେତ୍ରୀ ଫ୍ରିଡ଼ା ସ୍ଲମଡଗ ମିଲେନିୟରରେ ଅଭିନୟ କରି ଖୁବ୍ ପ୍ରଶଂସା ସାଉଣ୍ଟିଥିଲେ। ସେ ମୁଖ୍ୟତଃ ଆମେରିକା ଓ ବ୍ରିଟିଶ ଫିଲ୍ମରେ କାମ୍ କରିଥାନ୍ତି। ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରେ ପାଠ ପଢ଼ିଥିବା ଫ୍ରିଡ଼ା ପିଲା ଦିନୁ ଜଣେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ। ଏପରିକି କ୍ୟାରିଅର ଆରମ୍ଭରେ ସେ ଜଣେ ମଡେଲ ଓ ଟେଲିଭିଜନ ପ୍ରେଜେଣ୍ଟର ଭାବେ ମଧ୍ୟ କିଛି ଦିନ କାମ କରିଛନ୍ତି।
କୋରି ପୂର୍ବରୁ ଫ୍ରିଡ଼ା ସ୍ଲମଡଗ ମିଲେନିୟର ଫେମ୍ ଦେବ ପଟେଲଙ୍କୁ ଡେଟ କରୁଥିଲେ। କିନ୍ତୁ ଦୁହିଁଙ୍କ ସମ୍ପର୍କ ବେଶି ଦିନ ତିଷ୍ଠି ପାରି ନଥିଲା ଓ ୨୦୧୪ ମସିହାରେ ଏହି ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ି ଯାଇଥିଲା। ଏହାପରେ ସେ ଟ୍ରାନ୍ଙ୍କ ସହ ଏନଗେଜ ହୋଇଥିଲେ । ଫ୍ରିଡ଼ା ଓ ଟ୍ରାନ୍ ୨୦୧୯ ମସିହାରେ ନିର୍ବନ୍ଧ କରିଥିବା ବେଳେ ଫ୍ରିଡ଼ା ସୋଶାଲ ମିଡିଆରେ ଫଟୋ ଛାଡ଼ିଥିଲେ। ସୂଚନା ଯେ, ଟ୍ରାନ୍ ଜଣେ ଫଟୋଗ୍ରାଫର ।
Powered by Froala Editor