୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଶିମିଳିପାଳ
ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବା ନେଇ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ ।ମୌସୁମୀ ଆଗମନ ପରେ ଜୁନ୍ ୧୨ ରୁ ପର୍ଯ୍ୟଟକଙ୍କ ପାଇଁ ଟାଇଗର ରିଜର୍ଭ ବନ୍ଦ ରହିଥିଲା। ପ୍ରତିବର୍ଷ ଜୁନ୍ ମଧ୍ୟଭାଗରୁ ଶିମିଳିପାଳ ଅଭ୍ୟାୟାରଣ୍ୟ ବନ୍ଦ ହୋଇଯାଏ । ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଖରାପ ହୋଇଯାଏ । ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ସାମୟିକ ବନ୍ଦ କରାଯାଏ। ମୌସୁମୀ ବାୟୁ ଅପସରିଗଲା ପରେ ଅକ୍ଟୋବର-ନଭେମ୍ବରରେ ଖୋଲାଯାଏ। ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବାକୁ ଯାଉଛି ଶିମିଳିପାଳ ଜାତୀୟ ଅଭ୍ୟାୟାରଣ୍ୟ।
୨,୭୫୦ ବର୍ଗ କିମିରୁ ଅଧିକ ବ୍ୟାପ୍ତ ଶିମିଳିପାଳରେ ଅନେକ ପ୍ରଜାତିର ବିରଳ ତଥା ବିଲୁପ୍ତ ଉଦ୍ଭିଦ ଏବଂ ପ୍ରାଣୀ ବାସ କରନ୍ତି। ଏଠାରେ ଓଡ଼ିଶାର ପ୍ରାୟ ୭୫ ପ୍ରତିଶତ ବାଘ ଏବଂ ୨୫ ପ୍ରତିଶତ ହାତୀ ବାସ କରନ୍ତି। ଏହା ମେଲାନିଷ୍ଟିକ୍ ବା କଳା ବାଘର ଜନସଂଖ୍ୟା ପାଇଁ ଏହା ଜଣା।
ଗତବର୍ଷ ତୁଳନାରେ ଚଳିତବର୍ଷ ଶିମିଳିପାଳକୁ କମ୍ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ । ଗତବର୍ଷ ୨୦୨୨-୨୩ରେ ୪୧ ହଜାର ୩୪୬ ଜଣ ପର୍ଯ୍ୟଟକ ଆସିଥିବା ବେଳେ ଚଳିତବର୍ଷ ୨୦୨୩-୨୪ରେ ୨୫ ହଜାର ୮୪୬ ଜଣ ଆସିଥିଲେ । ଏଥର ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହିବ ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଆଶା ରଖିଛନ୍ତି |
Powered by Froala Editor