ଏୟାର ସୋ’ରେ ହିଟ୍ ଷ୍ଟ୍ରୋକ୍, ୪ ମୃତ
ଚେନ୍ନାଇର ମାରିନା ବିଚରେ ଏୟାର ସୋ ଦେଖିବା ପାଇଁ ଯାଇଥିବା ୪ ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତର କହିଛନ୍ତି ଯେ, ହିଟ୍ ଷ୍ଟ୍ରୋକ ଏମାନଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୨୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୋସôବ ପାଳନ କରିବା ଉଦେ୍ଦଶ୍ୟରେ ଏହି ଏୟାର ସୋ ଆୟୋଜନ ହୋଇଥିଲା । କିନ୍ତୁ ଏହି ଏୟାର ସୋ ବେଳେ ଏକ ବଡ଼ ଅଘଟଣ ସମସ୍ତଙ୍କ ଛାତି ଥରାଇ ଦେଇଛି ।
ସୂଚନା ଅନୁଯାୟୀ, ୧୬ ଲକ୍ଷ ଲୋକଙ୍କୁ ଏକାଠି କରି ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମ ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଏୟାର ସୋ’ ସକାଳ ୧୧ ଟାରୁ ଆରମ୍ଭ ହୋଇ ଦିନ ୧ ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଯେଉଁଥି ପାଇଁ ସକାଳ ୮ ଟା ସୁଦ୍ଧା ହଜାର ହଜାର ଲୋକ ଏକାଠି ହୋଇଥିଲେ। କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଅନେକ ବୟସ୍କ ବ୍ୟକ୍ତି ପ୍ରବଳ ଗରମ ହେତୁ ବେହୋସ ହୋଇଯାଇଥିଲେ।
ଏଭଳି ସମୟରେ ଭିଡ଼କୁ ଦେଖି ନିକଟସ୍ଥ ଜଳ ବିକ୍ରେତାଙ୍କୁ ହଟାଇ ଦିଆଯାଇଥିଲା, ଯେଉଁ କାରଣରୁ ଉପସ୍ଥିତ ଲୋକମାନେ ପାନୀୟ ଜଳ ପାଇପାରିନଥିଲେ। ସୋ’ ଶେଷ ହେବା ମାତ୍ରେ ବିରାଟ ସଂଖ୍ୟାରେ ଜନତା କାମାରାଜର ସାଲାଇ ଆଡକୁ ଯିବାକୁ ଚେଷ୍ଟା କରି ଟ୍ରାଫିକକୁ ସମ୍ପୂର୍ଣ୍ଣ ଅବରୋଧ କରିଥିଲେ। ଅନେକ ଲୋକ ପ୍ରବଳ ଗରମ ଏବଂ ଭିଡ଼ରେ ଥକି ଯାଇ ରାସ୍ତା କଡ଼ରେ ବସିଥିଲେ। ଯାହା ଫଳରେ ଟ୍ରାଫିକ କର୍ତ୍ତୃପକ୍ଷ ଏହି ଭିଡ଼କୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଥିଲେ। କିଛି ଲୋକ ଏଥିରେ ହତାଶ ହୋଇ କାମାରାଜ ସାଲାଇର ମାଡ୍ରାସ ୟୁନିଭରସିଟି କ୍ୟାମ୍ପସକୁ ଚାଲି ଯାଇଥିଲେ ।
କୁହାଯାଉଛି ଯେ, ଟ୍ରାଫିକ ଅଧିକାରୀଙ୍କ ଖରାପ ଯୋଜନା କାରଣରୁ ଚେନ୍ନାଇରେ ଲକ୍ଷାଧିକ ଲୋକେ ଫସି ରହିଥିଲେ। ଯେଉଁଠି ଲୋକେ ଘଣ୍ଟା ଫସି ରହିଥିଲେ। ଅନ୍ୟପଟେ ଯେଉଁଠି କାର୍ଯ୍ୟକ୍ରମ ହେଉଥିଲା, ଅର୍ଥାତ ମାରିନା ବେଳାଭୂମିରେ ଏକତ୍ରିତ ଲୋକେ କାର୍ଯ୍ୟକ୍ରମ ପରେ ସେଠାରୁ ଫେରିବା ପାଇଁ ବହୁତ ସଂଘର୍ଷ କରିଥିଲେ।
Powered by Froala Editor