ମରାଠୀ, ବଙ୍ଗାଳୀ, ପାଲି, ପ୍ରାକୃତ, ଆସାମୀ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା
କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତିକ୍ରମେ ଗୁରୁବାର ପାଞ୍ଚଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା । ମରାଠୀ, ବଙ୍ଗାଳୀ, ପାଲି, ପ୍ରାକୃତ ଏବଂ ଆସାମୀ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିବାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଏହି କ୍ୟାବିନେଟ୍ ନିଷ୍ପତ୍ତି ଦ୍ବାରା ଏବେ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷାଗୁଡ଼ିକର ସଂଖ୍ୟା ଛଅରୁ ୧୧କୁ ବୃଦ୍ଧି ପାଇବ।
ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା।୨୦୦୪ରେ ତାମିଲକୁ ଏହି ମାନ୍ୟତା ଦିଆଯାଇଥିଲା। ୨୦୧୪ରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିଲା।
କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସରକରୀ ଶାସ୍ତ୍ରୀୟ ଭାଷାର ପ୍ରଚାର ଓ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଆଉ ୫ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି। ଭାରତର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଅଭିଭାବକ ହେଉଛନ୍ତି ଶାସ୍ତ୍ରୀୟ ଭାଷା ବୋଲି କହିଛନ୍ତି।
ଅନ୍ୟାନ୍ୟ କ୍ୟାବିନେଟ ନିଷ୍ପତ୍ତି ବିଷୟରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରାୟ ୧,୦୧,୩୨୧ କୋଟି ଟଙ୍କାର ଏହି କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଆୟ ସହ ଜଡିତ ପ୍ରାୟ ସମସ୍ତ ପଏଣ୍ଟ ଅନ୍ତର୍ଭୁକ୍ତ ହୋଇଛି। ଏକାଧିକ ଉପାଦାନ ଥିବା ଏହା ଏକ ବହୁତ ବଡ କାର୍ଯ୍ୟକ୍ରମ ଅନେକ ଉପାଦାନ କ୍ୟାବିନେଟ୍ ଦ୍ବାରା ପୃଥକ ସ୍କିମ୍ ଭାବରେ ଅନୁମୋଦିତ ହୋଇଛି। ଯଦି କୌଣସି ରାଜ୍ୟ କୌଣସି ବ୍ୟକ୍ତିଗତ ପ୍ରକଳ୍ପର ଡିପିଆର ଆଣନ୍ତି, ତେବେ ଏହି ଯୋଜନା ଅନୁଯାୟୀ ଅନୁମୋଦନ ହେବ।
Powered by Froala Editor