ଖୁବ ଶୀଘ୍ର ଅଟୋ ଡ୍ରାଇଭର, ମାଛ ବିକାଳୀ ଓ ବସ ଡ୍ରାଇଭରଙ୍କୁ ଟିକା

ଭୁନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଖୁବ ଶୀଘ୍ର ଅଟୋ ଡ୍ରାଇଭର, ମାଛ ବିକାଳୀ ଓ ବସ ଡ୍ରାଇଭରଙ୍କୁ ଟିକା ଦିଆଯିବ । ଏହା କହିଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ।
ତାଙ୍କ ସୂଚନା ଅନୁଯାୟୀ ଟିକା ଅଭାବ ଯୋଗୁଁ ଗତକାଲି କୋରାପୁଟ ଓ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ଏବେ କୋଭିସିଲଡ ୩.୨ ଲକ୍ଷ ଓ କୋଭାକ୍ସିନ ଟିକା ୧ ଲକ୍ଷ ମହଜୁଦ ରହିଛି । ଯେତିକି ମହଜୁଦ ଅଛି ଆଜି ସବୁ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ଆଶା ରହିଛି ଖୁବଶୀଘ୍ର ଟିକା ଆସି ପହଞ୍ଚିବ । ଟିକା ନେଲେ ବି କରୋନା ହେବାର ସମ୍ଭାବନା ରହିଛି । କିନ୍ତୁ ରୋଗୀଙ୍କୁ ଗୁରୁତର ହେବାରୁ ଟିକା ରୋକିବ । ଖୁବ ଶୀଘ୍ର ଅଟୋ ଡ୍ରାଇଭର, ମାଛ ବିକାଳୀ ଓ ବସ ଡ୍ରାଇଭରଙ୍କୁ ଟିକା ଦିଆଯିବ । ଏହା କହିଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ।